ଜଗତସିଂହପୁର,୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ମହିଳା ମାନଙ୍କ ରଆର୍ଥିକ ବିକାଶ ସହିତ ସାମାଜିକ ବିକାଶ ଓ ନିରାପତ୍ତା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ର ସଫଳ ରୂପାନ୍ତର ପାଇଁ ରାଜ୍ୟ ମହିଳା ଆୟୋଗ ତରଫ ରୁ, ସମସ୍ତ ଜିଲ୍ଲା କୁ ଏହାର ସଦସ୍ୟା ମାନେ ଗସ୍ତ କରି ମହିଳା ଙ୍କ ନିରାପତ୍ତା ପାଇଁ କାର୍ଯ୍ୟରତ ବିଭିନ୍ନ ପୋଲିସ୍ ଷ୍ଟେସନ, ଜେଲ୍, ସଖୀ – ୱାନ୍ ଷ୍ଟପ ସେଣ୍ଟର, ଓ ଶକ୍ତି ସଦନ ନିରୀକ୍ଷଣ କରି କାର୍ଯ୍ୟକ୍ରମ ସମ୍ବନ୍ଧ ରେ, ସଠିକ୍ ଉପଦେଶ ଓ କାର୍ଯ୍ୟାନୁଷ୍ଠାନ ପ୍ରଦାନ କରୁଛନ୍ତି।
ଏହି କ୍ରମରେ ଆଜି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥି ଏକଦିବସୀୟ ଜଗତସିଂହପୁର ଜିଲ୍ଲା ଗସ୍ତ କରି ସର୍ବ ପ୍ରଥମେ ସଖୀ – ୱାନ ଷ୍ଟପ୍ ସେଣ୍ଟର୍ ଓ ଶକ୍ତି ସଦନ ପରିଦର୍ଶନ କରିଥିଲେ। ଏହି ସମୟରେ ଉକ୍ତ ଅନୁଷ୍ଠାନ ମାନଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବା ସହିତ ହିଂସା ପୀଡିତା ମହିଳା ମାନଙ୍କୁ ସକାରାତ୍ମକ ନିୟମ ଅନୁଯାୟୀ ସାହାଯ୍ୟ ସହଯୋଗ ଯୋଗାଇ ଦେବା, ଆଇନ୍ ସହାୟତା, ଡାକ୍ତରୀ ଚିକିତ୍ସା , ସାମୟିକ ରହଣି ବ୍ୟବସ୍ଥା ଇତ୍ୟାଦି ବିଷୟରେ ତର୍ଜମା କରିଥିଲେ। ଶକ୍ତି ସଦନ ରେ ରହୁଥିବା ଅନ୍ତେବାସିନୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ଓ ଥଇଥାନ ବ୍ୟବସ୍ଥା ରେ ସନ୍ତୋଷ ପ୍ରକାଶ କରିଥିଲେ।
ଏହାପରେ ଜିଲ୍ଲା ରେ କୁଜଙ୍ଗ ଥାନା ର ମହିଳା ଓ ଶିଶୁ ଡେସ୍କ ଏବଂ ସମାଗୋଳ ସ୍ଥିତ ଉପ କାରାଗାର ଯାଇ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରମଣୀ ଲାକ୍ରା, ମହିଳା ହବ ର କର୍ମକର୍ତ୍ତା ଇତ୍ୟାଦି ଉପସ୍ଥିତ ରହି ମହିଳା କମିଶନ ସଦସ୍ୟା ଙ୍କୁ ସହଯୋଗ ପ୍ରଦାନ କରିଥିଲେ।।।
