ଜଗତସିଂହପୁର,୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁଷ୍ଠ ନିବାରଣ ଦିବସ ପାଳନ ସହିତ ‘ସ୍ପର୍ଶ’ କୁଷ୍ଠ ସଚେତନତା ଅଭିଯାନର ଶୁଭାରମ୍ଭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ – ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ରଞ୍ଜନ କୁମାର ପଟ୍ଟନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ସରୋଜ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ରଶ୍ମୀରଞ୍ଜନ ପଟ୍ଟନାୟକ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିରାକରଣ) ଡାକ୍ତର ବାସନ୍ତୀ ପାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ, ଏହି
ଦିବସର ବାର୍ତ୍ତା “ଅନ୍ତ ଭେଦଭାବର, ସୁରକ୍ଷା ମର୍ଯ୍ୟାଦାର” ଓ କୁଷ୍ଠ ନିରାକରଣ ତଥା ସଚେତନତା ବିଷୟରେ ଆଲୋଚନା କରିଥିଲେ । କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଏବଂ ଏହାର ଚିକିତ୍ସା ଓ ଚିହ୍ନଟ ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ । ଏହାର ଅନ୍ତର୍ଗତ ଗୋଷ୍ଠୀ ସ୍ତରରେ କୁଷ୍ଠ ସଚେତନତା ଅଭିଯାନ ତା ୩୦-୦୧-୨୦୨୬ ଠାରୁ ୧୩-୦୨-୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଅବସରରେ ଭେଦଭାବ ଦୂରକରି କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି ଙ୍କୁ ମର୍ଯ୍ୟାଦାର ସହିତ ଆପଣେଇବା ପାଇଁ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା ।
ଆୟୋଜିତ ଏହି ସଭାରେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ, ଆଶା କର୍ମୀ, ମହିମା ଓ ନାରାୟଣୀ ନର୍ସିଂ ସ୍କୁଲର ଛାତ୍ର/ଛାତ୍ରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ସହାୟକ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ମହାପାତ୍ର, ସୁପରଭାଇଜର ଶ୍ରୀମତୀ ବିତ୍ତୀକା ରାଉତ ଓ ହେମନ୍ତ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ସୁବ୍ରତ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ଶେଷ କରିଥିଲେ ।
