ବିନ୍ଦୁସାଗର ମହାନ୍ତିଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୧୯/୧୨/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ତଥା ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଶାଳକ ବିନ୍ଦୁସାଗର ମହାନ୍ତିଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ମହାନ୍ତି ଗତ କିଛିଦିନ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରବର୍ତୀ ଅବସ୍ଥାରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଅକାଳ ବିୟୋଗ ହୋଇଯାଇଛି ।

ମୃତୁ୍ୟ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ବୟସ ହୋଇଥିଲା । ତାଙ୍କର ୧୨ ବର୍ଷର ଏକମାତ୍ର ପୁତ୍ର ରିଷଭ ମହାନ୍ତି, ପତ୍ନୀ ତପସ୍ୱିନୀ ମହାନ୍ତି ଓ ମାତା ଲିଲିବାଳା ମହାନ୍ତି ଅଛନ୍ତି । ଶେଷଶଯ୍ୟା ନିକଟରେ ଭିଣୋଇ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଆଶିଷ ରଞ୍ଜନ ମହାନ୍ତି, ଭଉଣୀ କଳ୍ପନା ମହାନ୍ତି ଓ ସ୍ନେହମୟୀ ମହାନ୍ତି, ଭଣଜା, ଭାଣିଜୀ ଓ ଆତ୍ମୀୟସ୍ୱଜ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱର୍ଗତ ମହାନ୍ତିଙ୍କ ବାସସ୍ଥାନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମୁରଦାବାଦ ଗ୍ରାମରେ ଅବସ୍ଥିତ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ରିଷଭ ମହାନ୍ତି ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଅକାଳ ବିୟୋଗରେ ଦୀପକ ମହାନ୍ତି, ରଞ୍ଜନ ମହାନ୍ତି, ପ୍ରସନ୍ନ କୁମାର ଦାସ, ବୀରେନ ମହାନ୍ତି, ବିରଂଚିନାରାୟଣ ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *