ନିମାପଡ଼ା ୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ମହାବିଦ୍ୟାଳୟର ୧୯୮୧ ମସିହା ସ୍ନାତକ (Arts) ଛାତ୍ର ଛାତ୍ରୀ ମାନଙ୍କର ଚତୁର୍ଥ ବାର୍ଷିକ ବନ୍ଧୁ ମିଳନ ଛାରିଛକ ନିକଟସ୍ଥ ଚନ୍ଦ୍ରମଉଳି ତୋଟାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ, ଭୂବନେଶ୍ଵର, ନିମାପଡ଼ା, ଗୋପ, କୋଣାର୍କ,ଅସ୍ତରଙ୍ଗ, କାକଟପୁର, ନିଆଳୀ, ଗୋବିନ୍ଦପୁର, ବାଲିପାଟଣା ପିପିଲି ଇତ୍ୟାଦି ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।
ସଂଗଠନର ବିଭିନ୍ନ ବିଷୟ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହିତ ପ୍ରସ୍ତାବିତ ସ୍ମରଣିକା ପ୍ରକାଶନ ନିମନ୍ତେ ସମସ୍ତେ ନିଜ ନିଜର ମତାମତ ରଖିଥିଲେ। ଆବଶ୍ୟକ ସମୟରେ ସମସ୍ତ ବନ୍ଧୁ ପରସ୍ପରକୁ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିଲେ।ସମସ୍ତେ ଏକତ୍ର ହୋଇ ସମାଜ କଲ୍ୟାଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସଂକଳ୍ପ ନେଇଥିଲେ। ଏହି ସୁନ୍ଦର ମୂହୁର୍ତ୍ତକୁ ସମସ୍ତେ ମନଭରି ଉପଭୋଗ କରିଥିଲେ। ଲାଗୁଥିଲା ସତେ ଯେମିତି ସମସ୍ତେ ଏବେବି ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
