ଆୟତପୁର : ଉଦଵୃତ୍ତ ଜଳ ନିଷ୍କାସନ ର ସମାଧାନ ପରେ ଅନଶନରୁ ଉଠିଲେ ସରପଂଚ

କଟକ ସଦର,୧୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କନ୍ଦରପୁର ଅଞ୍ଚଳରେ ଉଦଵୃତ୍ତ ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶି ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହୋଇଛି।

ଏହାର ନିରାକରଣ ପାଇଁ ଆଜି ଶୁକ୍ରବାର ଦିନ ଖରା ବର୍ଷାକୁ ଖାତିରି ନକରି ଆୟତପୁର ସରପଂଚ ରାକେଶ ବେହେରା କନ୍ଦରପୁର ମିନି ବ୍ୟାଙ୍କ୍ ସମ୍ମୁଖ ହଂସୁଆ ସଫେଇ କୂଳରେ ଅନଶନରେ ବସିଥିଲେ। ଖବର ପାଇ ଜଳ ନିକାସ ବିଭାଗର ସହକାରୀ ଯନ୍ତ୍ରୀ ଇଂ ସୌଭାଗ୍ୟ ବେହେରା, କନିଷ୍ଠ ଯନ୍ତ୍ରୀ ଇଂ ଅରୁପାନନ୍ଦ ମହାନ୍ତି, ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଶେଖର ସାମଲ ପ୍ରମୁଖ ଅନଶନ ସ୍ଥଳକୁ ଆସି ଉଦଵୃତ୍ତ ଜଳ ନିଷ୍କାସନ ସମସ୍ୟାରେ ସମାଧାନ କରିବା ପରେ ସରପଂଚ ରାକେଶ ବେହେରା ଅନଶନରୁ ଓହରି ଥିଲେ।

ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ସମାଜସେବୀ ନରେଶ ଚନ୍ଦ୍ର ଜେନା ଜଳ ନିଷ୍କାସନ ସମସ୍ୟା ସ୍ଥଳ ସବୁ ବୁଲାଇ ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ।

Leave a Reply

Your email address will not be published. Required fields are marked *