କୃତୀ  ଛାତ୍ରଛାତ୍ରୀଙ୍କୁ “ସହଯୋଗ” ର ଦକ୍ଷତା ସମ୍ମାନରେ ସମ୍ମାନୀତ 

ନିରାକାରପୁର, ୦୨/୬/୨୦୨୪ (ଓଡ଼ିଶା ସମାଚାର)- ଚଳିତ ବର୍ଷ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କିଛି କୃତୀ ଛାତ୍ର ଛାତ୍ରୀଙ୍କୁ “ସହଯୋଗ” ପରିବାର ତରଫରୁ ଆଜି ଉତ୍ସାହିତ କରିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ବିଭିନ୍ନ ବିଭାଗରେ ବ୍ଲକ ଟପ୍ପର  ଓ ମାଟ୍ରିକ ଏ ୱାନ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଯଥାସମ୍ଭବ ସମ୍ମାନୀତ କରାଯାଇଛି। ଅନୁଷ୍ଠିତ ସୂତନ୍ତ୍ର କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ,  ବିଶିଷ୍ଟ ଲେଖକ ତଥା ସହଯୋଗ ପରିବାର ମୁଖ୍ୟ ଉପଦେଷ୍ଟା ଡ ପୂର୍ଣ୍ଣ ଚନ୍ଦ୍ର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ କୃତୀ ଛାତ୍ରଛାତ୍ରୀ ଙ୍କୁ ସହଯୋଗ ତରଫରୁ ମାନପତ୍ର, ଉପଢ଼ୌକନ ପ୍ରଦାନ ପୂର୍ବକ  ସହଯୋଗ ଦକ୍ଷତା ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ଅବସରରେ ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ ବ୍ଲକ  ଟପ୍ପର ଛାତ୍ର ଲାଲା ଦାସ,  କମାଗୁରୁ ରାମଚନ୍ଦ୍ର କଳ୍ପନା ଜୁନିଅର୍ କଲେଜ କଳା ବିଭାଗ ବ୍ଲକ ଟପ୍ପର ଛାତ୍ରୀ ବି ଦୀପିକା ନାଇଡୁ, ମାଟ୍ରିକ ପରୀକ୍ଷାରେ ଏ ୱାନରେ ଉତ୍ତୀର୍ଣ୍ଣ ହୋଇଥିବା ନିରାକାରପୁର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବନ୍ଦିତା ସାହୁ, କମାଗୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସଙ୍ଗୀତ ସାହୁ, ଛାତ୍ର ଅଂଶୁମାନ ଗୁମାନସିଂ ଓ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖଙ୍କୁ ଉତ୍ତରୀୟ,ମୂଲ୍ୟବାନ ପୁସ୍ତକ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମକୁ ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିବା ବେଳେ ସହଯୋଗ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକ,  ମନମୋହନ ନାୟକ, ରାଜେଶ ପ୍ରତିହାରୀ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଦୀନବନ୍ଧୁ କର, ରୂପାଲି ପ୍ରଧାନ, ଅଭିରାମ ପଣ୍ଡା, ବିଦ୍ୟାଧର ବିଶ୍ଵାଳ, ଧନେଶ୍ଵର ସାହୁ,  ଦିଲୀପ କୁମାର ବେହେରା ଓ ଶିକ୍ଷକ ବିଶ୍ବରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *