ବି.ଜେ.ବି ସ୍ବୟଂଶାସିତ କଲେଜ ରେ “ମାଇଣ୍ଡ ମାନେଜମେଣ୍ଟ ” ସମ୍ବନ୍ଧୀତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର,୦୪/୦୯/୨୦୨୫ (ଓଡ଼ିଶା ସମାଚାର)- ବି.ଜେ.ବି ସ୍ବୟଂଶାସିତ କଲେଜ ରେ ଚଳିତ ୪ ସେପ୍ଟେମ୍ବର ରେ “ମାଇଣ୍ଡ ମାନେଜମେଣ୍ଟ ” ସମ୍ବନ୍ଧୀତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି  ।

ଏଥିରେ ଆଟ ଅଫ ଲିଭିଂଗ ର ଶିକ୍ଷକ ଶ୍ରୀ ବିନୟ ପାଣ୍ଡେ ଛାତ୍ର ଛାତ୍ରୀଙ୍କୁ  ମାଇଣ୍ଡ ମାନେଜମେଣ୍ଟ ର ବିଭିନ୍ନ କୌଶଳ ସମ୍ବଦ୍ଧରେ ପ୍ରଶିକ୍ଷଣ ଦେଇ ଥିଲେ ।

କଲେଜ ର ମନୋବିଜ୍ଞାନ ବିଭାଗ ଓ ଓରିଅନ୍ ଏଜୁକେସନ ର ମିଳିତ ଆନୁକୁଲ୍ୟ ରେ ଅନୁଷ୍ଠିତ ଏହି କର୍ମଶାଳାରେ  ଅଧ୍ୟକ୍ଷା ପ୍ରଫେସର ଝୁମକୀ ରଥ,  ଓରିଅନ୍ ଏଜୁକେସନ ର ଫଜଲ ହକ୍ ଓ ପରଭେଜ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।  ମନୋବିଜ୍ଞାନ ର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଲେଖା ଦାସ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *