୯ରେ ଜାତୀୟ ଲୋକ ଅଦାଲତ

କେନ୍ଦ୍ରାପଡ଼ା,୦୬/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆସନ୍ତା ୯ ମଇଁ ୨୦୨୬ ତାରିଖ ସକାଳ ୧୦ଟା ସମୟରେ ୨ୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟାଳୟ କୋର୍ଟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସହିତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ମଧ୍ୟ ଅନୁଷ୍ଠିତ ହେବ । ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାମାନଙ୍କର ଶୀଘ୍ର ଏବଂ ବିନା ମୂଲ୍ୟରେ ସମାଧାନ କରାଯାଇଥାଏ । ଏଥିରେ ସିଭିଲ ମାମଲା, ଆପରାଧିକ ମାମଲା, ମୋଟର ଦୁର୍ଘଟଣା , ପାରିବାରିକ ବିବାଦ, ବ୍ୟାଙ୍କ ଋଣ ମାମଲା ଭଳି ଅନେକ ମାମଲାର ସମାଧାନର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *