ଜଗତସିଂହପୁର ଜିଲ୍ଲାରେ ଶହୀଦ ଦିବସ ପାଳିତ

ଜଗତସିଂହପୁର, ୩୦/୦୧/୨୦୨୬ (ଓଡ଼ିଶା ସମାଚାର)-  ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ଉପଲକ୍ଷେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ  ଶହୀଦ ଦିବସ ପାଳନ ହୋଇଯାଇଛି। ଏହି ଅବସର ରେ ଦେଶର ସ୍ଵାଧୀନତା ନିମନ୍ତେ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ମାନଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଟିକା ସମୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ସମ୍ବିତ କୁମାର ରାଉତ,ସମସ୍ତ ଡେପୁଟୀ କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କାର୍ଯ୍ୟାଳୟ ର କର୍ମଚାରୀ ସଦଭାବନା ସଭାଗୃହ ଠାରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।

ଏଥିସହ ସହର ର ଥାନା ଛକ ଏବଂ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସମ୍ମୁଖରେ ଥିବା ଗାନ୍ଧୀଜୀ ଙ୍କ ଫଟୋଚିତ୍ର ରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ତଥା ପୌର ପରିଷଦର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *