ବାରୁଆଁ ରେ ଗୁଳିକାଣ୍ଡ , ଯୁବକ ଙ୍କ ଆଖି ନଷ୍ଟ

ଭୁବନ ୩୦/୦୧/୨୦୨୬ -ଭୁବନ ଥାନା ଅର୍ନ୍ତଗତ ବାରୁଆଁ ରେ ଗତ କାଲି ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଙ୍କ ଆଖି ନଷ୍ଟ ହୋଇଥିବା ଜଣାପଡିଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ବାରୁଆଁ ( ବି) ଗ୍ରାମର ପଞ୍ଚାନନ ରାଉତ (୪୫) କଂସରଗୋଡା ଗ୍ରାମ ଟିଣ କଲୋନୀ ର ମହେଶ୍ୱର ଦେହୁରୀ ଙ୍କ ପୁଅ ନଣ୍ଡା ଦେହୁରୀ ଙ୍କ ଠାରୁ ଧାନ ଆଣିବା ପାଇଁ ୩ ହଜାର ଟଙ୍କା ଦେଇଥିଲେ । ଧାନ ଦେବା ବଦଳରେ ବାରମ୍ବାର ଦିନ ଗଡ଼ାଇ ଠକିବାରୁ ଗୁରୁବାର ସନ୍ଧ୍ୟାରେ ପଞ୍ଚାନନ ଟିଣ କଲୋନୀ ର ନଣ୍ଡା ଦେହୁରୀ ଙ୍କ ଘରକୁ ଯାଇ ତାଙ୍କୁ ପଇସା ମାଗିଥିଲେ ।

ଏଥିରେ ଉତକ୍ଷୀପ୍ତ ହୋଇ ନଣ୍ଡା ଗାଳି ଗୁଲଜ କରିବା ସହ ଏକ ଛୋଟ ବନ୍ଧୁକ ଆଣି ପଞ୍ଚାନନ କୁ ଗୁଳି ମାରିଦେଇଥିଲେ । ଗୁଳି ଟି ପଞ୍ଚାନନ ଙ୍କ ଡାହାଣ ଆଖିରେ ବାଜିଥିଲା । ଗୁରୁତର ଆହତ ପଞ୍ଚାନନ ଙ୍କୁ ପ୍ରଥମେ ଭୁବନ ଓ ପରେ ଭୁବନେଶ୍ୱର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ପଞ୍ଚାନନ ଙ୍କ ଭାଉଜ କବିତା ରାଉତ ଏହି ଘଟଣା ସଂପର୍କରେ ଶୁକ୍ରବାର ସକାଳେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୭୦/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *