ଯାଜପୁର, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲା ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଦ୍ୱିତୀୟ ଦିବସରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କନକ ଲତା ମଲ୍ଳ୍ିକ ଏବଂ ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୟ କୁମାର ଦାସ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଓ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଯଥାକ୍ରମେ ଦାଖଲ କରିଛନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ, ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୈାଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବା ବେଳେ ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ ନିମନ୍ତେ କୈାଣସି ପ୍ରାର୍ଥୀ ଜିଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।
ପ୍ରକାଶ ଥାଉ କି, ଗତକାଲି ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ ନିମନ୍ତେ ଏକ ଜଣ ପ୍ରାର୍ଥୀ ସୁବାଷ ଚନ୍ଦ୍ର ମଲ୍ଳ୍ିକ, ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ରାଧା ବଲ୍ଳଭ ମଲ୍ଳ୍ିକ, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କେଦାର ନାଥ ସାହୁ ଏବଂ ୫୪- ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଲିଲି ମହାନ୍ତ ଙ୍କୁ ନେଇ ଆଜି ସୁଦ୍ଧା ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।