ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର, ୨୯/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ଉଦ୍ଘାଟିତ ହୋଇଯାଇଛି। ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପିଲାମାନେ କେବଳ ନିଜ ବିଦ୍ୟାଳୟରେ ଆବଦ୍ଧ ନରହି ଅନ୍ୟାନ୍ୟ କ୍ଷେତ୍ରରେ ଆଗେଇଯିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।  ପରେ ଜିଲ୍ଲାପାଳ ୧୦ ଗୋଟି ପିଏମ ଶ୍ରୀ ବିଦ୍ୟାଳୟର ପିଲାମାନେ ପ୍ରଦର୍ଶନ କରିଥିବା ପ୍ୟାଭିଲିୟନ  ପରିଦର୍ଶନ କରିଥିଲେ। ଶିକ୍ଷା ର ଭିତ୍ତିଭୂମି ସୁଦୃଢ଼ ହେଲେ ସଶକ୍ତ ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେଶବ ମେହେର ଙ୍କ ସଭାପତିତ୍ଵ ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ଶ୍ରୀ ରବି ବଛେଟୀ, ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ପି ଏମ ଶ୍ରୀ ବିଦ୍ୟାଳୟ ର ଆଭିମୁଖ୍ୟ, ଜାତୀୟ ଶିକ୍ଷାନୀତି ଆଦି ବିଷୟରେ ଆଲୋକପାତ କରିଥିଲେ। ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ସ୍ଵାଗତ ଅଭିଭାଷଣ ଓ ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ସମ୍ମାନନୀୟ ଅତିଥି ମାନଙ୍କ ମଧ୍ୟରେ ମଣ୍ଡଳ ଶିକ୍ଷା ଅଧିକାରୀ, ଜଗତସିଂହପୁର ଶ୍ରୀମତୀ ମଧୁସ୍ମିତା ପତି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷେହୀରା ଲାବନ୍ୟବତୀ ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସୁଶାନ୍ତ ମହାନ୍ତି,ଅଧ୍ୟକ୍ଷ, DIET, ଜଗତସିଂହପୁର ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ମଞ୍ଚସୀନ ରହି ଶିକ୍ଷା ବ୍ୟବସ୍ଥା  ର ଉନ୍ନତି ରେ ଦେଶ ର ଭବିଷ୍ୟତ ଉଜ୍ଜ୍ବଳ ହେଵ ବୋଲି ମତ ଦେଇଥିଲେ।

 ଶ୍ରୀ ଶୁଭେନ୍ଦୁ ବରାଳ, ବରିଷ୍ଠ ବୈଷୟିକ ପରାମର୍ଶ ଦାତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ମିହିର କୁମାର ପାଲ, ପ୍ରଧାନ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ।

 ଉତ୍ସବ ରେ ଆକାଂକ୍ଷୀ ମେଳା – ଇନସ୍ପାୟରିଙ୍ଗ ଓଡିଶା, ଆକାଂକ୍ଷୀ ଛାତ୍ର ପରିଷଦ – ଦି ଟ୍ୟାଲେଣ୍ଟ ଗ୍ୟାଲେରୀ, ଦୋକାନ ଯାତ୍ରା ଆଦି ଶତାଧିକ ପ୍ରଦର୍ଶନୀ  ପ୍ରଦର୍ଶିତ ହୋଇଥିଲା ।  ଦୁଇଦିନ ଧରି ଉକ୍ତ ଉତ୍ସବ ଅନୁଷ୍ଠିତ ହେବ।

ଜିଲ୍ଲାପାଳ ଦୋକାନ ଯାତ୍ରାରୁ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟର ପ୍ରଶଂସା କରିଥିଲେ । ପରେ ମୋ ବୃତ୍ତି,ମୋ କ୍ଯାରିଅର, “ଦେଶ ସର୍ବୋପରି”  କାର୍ଯ୍ୟକ୍ରମ ଭାରତୀୟ ସେନା ବାହିନୀର ଅଧିକାରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ।

 କାର୍ଯ୍ୟକ୍ରମରେ ପଞ୍ଚ ଶିକ୍ଷା ସେତୁ ସଙ୍ଗଠନର କର୍ମକର୍ତ୍ତା, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଅଫିସର କର୍ମଚାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଦି ସହୋଯାଗ କରିଥିଲେ । ୧୦ ଗୋଟି ପିଏମ ଶ୍ରୀ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟ ମାନକରୁ ୧୦୦୦ରୁ ଊର୍ଦ୍ଧ୍ଵ ପିଲା ଓ ଶିକ୍ଷକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *