ଭୁବନ ୨୯/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ମା ତାରିଣୀ ମନ୍ଦିର ର ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ଗ୍ରାମର ମହିଳା ମାନେ ଶ୍ରଦ୍ଧା ଓ ଭକ୍ତିର ସହକାରେ କଳସ ଶୋଭାଯାତ୍ରା କରିଥିଲେ। ତାରିଣୀ ମନ୍ଦିର କମିଟି ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଉପସ୍ଥିତ ରହି ମା ତାରିଣୀ ଙ୍କ ଆଶିଷ ଲାଭ କରିବା ସହିତ ଆୟୋଜିତ ଭଜନ ସଂନ୍ଧ୍ୟାର ଶୁଭ ଉଦ୍ଘାଟନ କରିଥିଲେ। ତେବେ ଓଡିଶାର ସୁନାମଧନ୍ୟ କଳାକାର ମାନଙ୍କ ସହ ସୌରଭ ଭରତଧ୍ବଜ ଙ୍କ ଭଜନ ଶୁଣିବା ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
ମା ତାରିଣୀ ମନ୍ଦିର ବାର୍ଷିକ ଉତ୍ସବ
