ମାହାଙ୍ଗା,୨୪/୦୯/୨୦୨୫(ଓଡ଼ିଶା ସମାଚାର)-କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଗ୍ରାମକୁ ପରିଦର୍ଶନ କଲେ ଶୈଳବାଳା କଲେଜର ୫୦ ଜଣ ଛାତ୍ରୀ । ଲଳିତଗିରି ଆଦର୍ଶ ଗ୍ରାମକୁ ଆସି ପଥରକୁ ନିହାଣ ମୁନରେ ଜୀବନ୍ତ ରୂପ ଦେଉଥିବା ଗ୍ରାମର ପ୍ରାୟ ପଥର ଶିଳ୍ପୀ ମାନଙ୍କୁ ଭେଟିବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହାଛଡା ଗ୍ରାମର ପ୍ରତ୍ୟେକ ଘର ଘର ବୁଲି ପଥର କାରିଗରଙ୍କ ଏବଂ ଅନ୍ୟ ଲୋକଙ୍କ ସହ ଦୀର୍ଘ ୭ ଘଂଟା ଧରି ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ମାଟିର କଳା, ସଂସ୍କୃତି ଓ ପରମ୍ପରା ବାବଦରେ ବୁଝିଥିଲେ ।
ଏହାପରେ ଲଳିତଗିରିରେ ଥିବା ପ୍ରାଚୀନ ବୌଦ୍ଧ ବିହାର ର ସଂଗ୍ରହାଳୟ ପରିଦର୍ଶନ କରିବା ସହ ଭଗବାନ ବୁଦ୍ଧ ଦେବଙ୍କ ଠାରୁ ଆରମ୍ଭ ଖନନ ହୋଇଥିବା ବହୁ ପ୍ରାଚୀନ ମୂର୍ତି କୁ ଦେଖି ବେଶ ଆନନ୍ଦିତ ହେବା ସହ ଉପସ୍ଥିତ କର୍ମଚାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ । ଲଳିତଗିରି ଗ୍ରାମରେ ଥିବା ସରକାରୀ ପ୍ରାପ୍ତ ପଥର ଖୋଦେଇ ତାଲିମ କେନ୍ଦ୍ର ପରିଭ୍ରମଣ କରି ତାଲିମ ନେଉଥିବା ୧୦ ଜଣ ଛାତ୍ରଛାତ୍ରୀ ଓ ତାଙ୍କର ନିୁଣ ଶିଳ୍ପୀ ଶିକ୍ଷକଙ୍କ ଠାରୁ କିଭଳୀ ତାଲିମ ପ୍ରଦାନ କରାଯାଉଛି ଓ କେତେ ତାଲିମ ନେଉଛନ୍ତି ସମସ୍ତ ବାବଦରେ ପଚାରି ବୁଝିଥିଲେ ।
ଏହି କାର୍ଯ୍ୟକ୍ରମରେ ଲଳିତଗିରି ପଂଚାୟତ ର ସରପଂଚ ବଳରାମ ବେହେରା, ସମିତି ସଭ୍ୟ ଧ୍ରୁବ ଚରଣ ସାମଲ, ପଥର ଖୋଦେଇ ତାଲିମ କେନ୍ଦ୍ର ର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲ , ଦୀପକ୍ ରଣା ପ୍ରମୁଖ ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ ।
