ରସାୟନ ବିଭାଗ ତରଫରୁ ନବାଗତ ଙ୍କୁ ସ୍ଵାଗତ

ଭୁବନ ୨୨/୦୮/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧ୍ୟକ୍ଷ ଡ ପ୍ରଭାତ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ସାହୁ,ଜୀବନ ରଞ୍ଜନ ସାହୁ, ଡେମନଷ୍ଟେଟର ସୁରେଶ କୁମାର ସାହୁ , ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇ ନିଷ୍ଠା ଏକାଗ୍ରତା ର ସହ ଅଧ୍ୟୟନ କରି ନିଜ ଅଭିଭାବକ ଓ ମହାବିଦ୍ୟାଳୟର ନାମ ଉଜ୍ଜ୍ବଳ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *