ରାଜସ୍ବ ଆଇନରେ ସରଳିକରଣ ପରେ ଲୋକଙ୍କୁ ମିଳିବ ଅଧିକ ସୁବିଧା – ରାଜସ୍ବ ସୁରେଶ ପୂଜାରୀ

ନିଶ୍ଚିନ୍ତକୋଇଲି, ୧୭/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ଓଡିଶା ରେ ପ୍ରତିଷ୍ଠା ହେବ ୧୩୯ଟି ନୂତନ ସବ -ରେଜିଷ୍ଟାର ଅଫିସ। ଫଳସ୍ୱରୂପ ଜନସାଧାରଣ ଲୋକେ ଜମି କିଣାବିକାରେ ସୁବିଧା ପାଇବେ ବୋଲି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ଆୟୋଜିତ ସରକାରୀ କାର୍ୟ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।


ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲ କାର୍ୟ୍ୟାଳୟରେ ଅସ୍ଥାୟୀ ଭାବେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ସବ -ରେଜିଷ୍ଟାର କ୍ଷମତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ରାଜସ୍ୱ ବିଭାଗ ପକ୍ଷରୁ ଜମି ପଟ୍ଟା ସ୍ଵତ୍ୱ ସଂଶୋଧନ ସ୍ୱରୂପ କଲମ -୨ ସଂଶୋଧନ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ।

ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଘୋଷିତ ହୋଇଥିବା ତିନୋଟି ରାଜସ୍ୱ ଗ୍ରାମ ଉର୍ଜ୍ଜଙ୍ଗ, ପାଟସୁରା ଓ ବ୍ରଜରାଜପାଟଣା ର ଗ୍ରାମବାସୀ ମାନଙ୍କୁ ନୂତନ ଭାବେ ୨ ହଜାର ଜମିପଟ୍ଟା ଏବଂ ଏହି ତହସିଲ ଅଧିନସ୍ଥ ୬୪୪ ଜଣଙ୍କୁ ସିକିମ ସତ୍ୱ ପଟ୍ଟା ବଣ୍ଟନ କରିଥିଲେ ।


ଏଥି ସହିତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ୪ ଟି ରାଜସ୍ୱ ନିରୀକ୍ଷକ କାର୍ୟ୍ୟଳୟ ର ନୂତନ ଗୃହ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ କରିଥିଲେ। କାର୍ୟ୍ୟକ୍ରମ ରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *