ନେମାଳ,୨୯/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- ପଞ୍ଚସଖା ଯୁଗ ର ଦିବ୍ୟ ଦ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ସ୍ୱନକ୍ଷତ୍ର ଦିବସ ଅବସରରେ ମହାପୁରୁଷଙ୍କ ପବିତ୍ର ପୀଠ କଟକ ଜିଲ୍ଲା ନେମାଳ ପଦ୍ମବନ ପୀଠ ଠାରେ ଜନ୍ମ ମହୋତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେଉଛି। ଏହି ପବିତ୍ର ଦିବସ ଅବସରରେ ମହାପୁରୁଷଙ୍କ ଗାଦୀ ନିକଟକୁ ଯାଇ ସାଧାରଣ ଭକ୍ତ ମହାପୁରୁଷଙ୍କୁ ଅତ୍ୟନ୍ତ ପାଖରୁ ଦର୍ଶନ କରିବାର ସୁଯୋଗ ମିଳିଥାଏ ।

ମହାପୁରୁଷଙ୍କୁ ନିକଟରୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୀଠରେ ଅନୁଷ୍ଠିତ ଅଷ୍ଟ ପ୍ରହାର ବ୍ୟାପି ନାମଯଜ୍ଞରେ ରାଜ୍ୟ ର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ବିଭୁ କୃପା ଲାଭ କରିଛନ୍ତି । ମହାପୁରୁଷଙ୍କ ଏହି ପବିତ୍ର ଦିବସରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ଓ ପୋଲିସ ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
