କଟକ ସଦର, ୨୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମେଡିକାଲ କୁ ସାମଗ୍ରୀ ଯୋଗାଣ ଵିଡର ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି କଟକ ବଡ଼ ମେଡ଼ିକାଲ ହେପାଟୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା।
ଆଜି ଗୁରୁବାର ଦିନ ଡାକ୍ତର ବେହେରା ୨ ଲକ୍ଷ ୬୩ ହଜାର ଟଙ୍କା ସ୍କୁଟିରେ ନେଇ ଯାଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କାଠଗୋଲାସାହି-ମେଡିକାଲ ରୋଡରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଯାଇଥିଲେ। ଏତେ ଗୁଡିଏ ଟଙ୍କା କେଉଁଠୁ ଓ କିପରି ଆଣିବାର ସଠିକ୍ ତଥ୍ୟ ଡାକ୍ତର ଦେଇନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି। ଏଥିପାଇଁ ତାଙ୍କର ସରକାରୀ କ୍ୱ।ର୍ଟର ସହିତ ଅନ୍ୟ ତିନୋଟି ସ୍ଥାନରେ ଚଢାଉ ଅଭିଯାନ ଜାରି ରହିଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି।
