ଆୟବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଉଡିନି ଜାତୀୟ ପତକା – ଜିଲାପାଳଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡ଼ା,୨୯/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲ ଅଧିନ ଆୟବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇନାହିଁ କି ଜାତୀୟ ପତାକା ଉଡିନାହିଁ । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ହେବ ବୋଲି ନିର୍ଦେଶ ଦେଇଥିବା ବେଳେ ସେହି ନିର୍ଦେଶ ଏଠାରେ ପାଳନ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସେଦିନ ଆୟବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଗେଟ ଖୋଲାଯାଇ ନାହିଁ କି ସାଧାରଣତନ୍ତ୍ର ଦିବସ ପାଳନ ହୋଇନାହିଁ ।

ଜାତୀୟ ପତାକା ମଧ୍ୟ ଉତୋଳନ ହୋଇନଥିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତିି । ଏହାକୁ ନେଇ ବୁଦ୍ଧିଜିବୀଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ସୁମନ୍ତ ରାଉତ, ଭାଷ୍କର ସାହୁ, ରାଜିବ ସ୍ୱାଇଁ, ସୁକାନ୍ତ ପ୍ରଧାନ, ରାମଚନ୍ଦ୍ର ସାହୁ ଓ ସୁଧାକର ନାୟକ ପ୍ରମୁଖ ଏନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ରାଜସ୍ୱ ନିରୀକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନି । ଏସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର କୁଇନି ଜେନାଙ୍କୁ ପଚାରିବାରେ ସେ କହିଥିଲେ ଯେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *