୧୦୮ଶ୍ରଦ୍ଧାଳୁ ମହିଳା ଲକ୍ଷ୍ମୀ ପୂରଣ ପଢିଲେ ।
ପାଟକୁରା ୦୯/୧୦/୨୦୨୫ (ଓଡିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ଅଧୀନ ବେଡାରୀ ଗଜଲକ୍ଷ୍ମୀ ପୂଜା ୭୨ବର୍ଷରେ ପଦାର୍ପଣ କଲା । ବେଡାରୀ ଗଜଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗ ରେ ଏହି ପୂଜା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପୂଜାର ବିଶେଷତ୍ବ ହେଉଛି ମା ଗଜଲକ୍ଷ୍ମୀ ପରିଧାନ କରିଥିବା ସମସ୍ତ ଅଳଙ୍କାର ରୂପରେ ତିଆରି ହୋଇଥିବାବେଳେ ମସ୍ତକରେ ସୁନାର ଚିତା ଶୋଭା ପାଉଛି ।

ପୂଜାମଧ୍ୟରେ ପଡୁଥିବା ଆଜି ଗୁରୁବାର ପୂର୍ବାହ୍ନରେ ମଣ୍ଡପ ନିକଟରେ କଥାମେଳା ଅନୁଷ୍ଠିତ ହୋଇଛିକ୍ଷ ଶ୍ରଦ୍ଧାଳୁ ୧୦୮ ମହିଳା ଉପବାସ ରହି ମା ଲକ୍ଷ୍ମୀଙ୍କ ମହିମା ଉପରେ ଆଧାରିତ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ । ସମସ୍ତଙ୍କ ନିକଟରେ ଦୀପ ଜଳୁଥିବା ବେଳେ ସଂକିର୍ତନ ମଣ୍ଡଳୀ ହରିନାମ ଧ୍ୱନି ମଧ୍ୟରେ କଥାମେଳା ଚତୁପାର୍ଶ୍ଵରେ ପ୍ରଦକ୍ଷଣ କରୁଥିଲେ । ଗ୍ରାମର ଜନସାଧାରଣ ମେଳା ନିକଟରେ ରହି ହରିବୋଲ ହୁଳହୁଳି ପକାଉଥିଲେ । ଆଜିଗୁରୁବାର ମଲକ୍ଷ୍ମୀଙ୍କ ମଣ୍ଡପ ନିକରରେ ଏକ ସ୍ୱତନ୍ତ୍ର ଧର୍ମୀୟ ପରିବେଶ ସୃଷ୍ଟି ହୋଇଥିଲା ।
