ସ୍ଵାଧୀନତା ସଂଗ୍ରାମୀ  ମାଳତୀ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର ୨୬/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ  ବିଶିଷ୍ଟ , ସ୍ଵାଧୀନତା ସଂଗ୍ରାମୀ,ସମାଜ ସେବୀ ତଥା ନାରୀ ନେତ୍ରୀ ମା ମାଳତୀଦେବୀ ଚୌଧୁରୀ ଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମାଳତୀ ଦେବୀ ଚୌଧୁରୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ସମ୍ବିତ୍ କୁମାର ରାଉତ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ମହିୟସୀ ନାରୀ ନେତ୍ରୀ ୨୬ ଜୁଲାଇ ୧୯୦୪ ରେ ଜନ୍ମ ଗ୍ରହଣ କରିଥିଲେ  ଓ ୧୫ ମାର୍ଚ୍ଚ ୧୯୯୮ ରେ ଇହଲୀଳା ସମ୍ବରଣ କରିଥିଲେ। ଜଣେ ବିପ୍ଳବୀ ନେତ୍ରୀ ଭାବେ ସେ  ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବା ସହ ସମାଜରୁ ଦୁର୍ନୀତି, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି  ପବିତ୍ର ତିଥି ଅବସରରେ ପୌରପରିଷଦ  ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀ ଅଧିକାରୀ ପୌରପରିଷଦ କଳ୍ପିତା କୁମାରୀ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମିହିର କୁମାର ପାଲ,ପୌର ପରିଷଦ ମୁଖ୍ୟ ସହାୟକ ଦୀପକ ପଟ୍ଟନାୟକ ,  ପ୍ରମୁଖ ଏହି କାର୍ୟ୍ୟକ୍ରମ ରେ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *