” ଜାତିର ଉନ୍ନତି ରେ ସମାଜ ର ଉନ୍ନତି ହୁଏ “
ଭୁବନ,୨୪/୦୧/୨୦୨୬(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ବୁଦ୍ଧେଶ୍ଵର ମନ୍ଦିର ପରିସରରେ “କାପୁଡିଆ ସମାଜ” ର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତା ଓ ନିରଞ୍ଜନ ଗୁରୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ କାପୁଡିଆ ସମାଜର ରାଜ୍ଯ ସଭାପତି ଶ୍ରୀଯୁକ୍ତ ନବକିଶୋର ଗୁରୁ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଜାତିର ଆରାଧ୍ୟ ଦେବତା ପ୍ରଭୁ ବଳଭଦ୍ର ଙ୍କୁ ପୂଜାର୍ଚ୍ଚନା କରି ପତକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।
“ଜାତିର ଉନ୍ନତି ରେ ସମାଜର ଉନ୍ନତି ହୁଏ ” ଏହି ବାର୍ତ୍ତା କୁ ନେଇ କାପୁଡିଆ ସମାଜ ଆଗେଇ ଆସିବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ଢେଙ୍କାନାଳ ଜିଲ୍ଲାର ଭୁବନ
କାପୁଡିଆ ଯୁବକ ସଂଘ ତରଫରୁ ରାଜ୍ୟର କୋଣ ଅନୁକୋଣରେ ଥିବା କାପୁଡିଆ ସମାଜର ଲୋକମାନଙ୍କୁ ଏକତ୍ରୀତ କରିବାରେ ସକ୍ଷମ ହୋଇପାରିଛି ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଥିଲେ। ସମାଜ କୁ ସୁଦୃଢ଼ କରିବା ପାଇଁ ଯୁଗପୋଯୋଗୀ ନୀତି ନିୟମ କରିବା ପାଇଁ ଉପସ୍ଥିତ ବରିଷ୍ଠ ସଭ୍ୟ ମାନେ ମତାମତ ଦେଇଥିଲେ। ଏହି ଅବସରରେ ” କାପୁଡିଆ ସମାଜ ” ର ମୁଖପତ୍ର ” ତାଳଧ୍ଵଜ” ଉନ୍ମୋଚନ କରାଯାଇଥିଲା। ଏଥିରେ ୬ ଟି ଜିଲ୍ଲାରୁ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ କାପୁଡ଼ିଆ ସମାଜ ର ସଦସ୍ୟ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସନାତନ ପାତ୍ର ଙ୍କ ସମେତ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ପୋଥାଳ,
ରାଜ୍ୟ ଉପସଭାପତି ଖଗେଶ୍ବର ନାୟକ, ଭୁବନ ସମ୍ପାଦକ ବିଦ୍ୟାଧର ବିହାରୀ ,ମାୟାଧର ନାୟକ, ବାସୁଦେବ ଗୁରୁ,ଭାଗବତ ନାୟକ,ଜିଲ୍ଲା କାର୍ଯ୍ୟକାରିଣୀ ଶ୍ରୀମତୀ ବିଳାସିନୀ ପୃଷ୍ଟି , ଲଳିତା ନାୟକ, ଜୟନ୍ତୀ ପୃଷ୍ଟି ଯୋଗଦେଇଥିଲେ। ସେହିପରି ଭୁବନ କାପୁଡିଆ ଯୁବକ ସଂଘର କର୍ମକର୍ତ୍ତା ଲକ୍ଷ୍ମଣ ଦାସ, ଆମ୍ବୁଜ ସାହୁ,ଦିଲ୍ଲୀପ ଦାସ,ନାରାୟଣ ନାୟକ,ସନ୍ତୋଷ ବିହାରୀ ଙ୍କ ସମେତ ୫୦ ଟି ଥାନର ସଭାପତି,ସମ୍ପାଦକ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
