ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟ ଦ୍ୱିତୀୟ ଲିଗମ୍ୟାଚ

କେନ୍ଦ୍ରାପଡା,୨୪/୦୧/୨୦୨୬(ଓଡ଼ିଶା ସମାଚାର)- ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଲିଗମ୍ୟାଚ ଶନିବାର ଅପରାହ୍ନରେ ଅନୁଷ୍ଠିିତ ହୋଇଯାଇଛି । ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ,କାଉନସିଲର ପ୍ରଦୀପ୍ତ ଜେନା, ଚୌଧୁରୀ ସୁକୁମାର ଦାସ, ଉମେଶ ନାୟକ, ରମେଶ ଦାସ, ସେକ ଅସଲମ, ପ୍ରଦୀପ କୁମାର ନାୟକ ଓ ସେକ ନସୁମୁଦ୍ଧିନ ପ୍ରମୁଖ ଯୋଗଦେଇଥିଲେ ।

ଏଥିସହିତ ଅତିଥିମାନେ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ । ଆଜି ଅନୁଷ୍ଠିତ ଦ୍ୱିତୀୟ ଲିଗ୍ମ୍ୟାଚରେ ରାଉରକେଲା ରେଡ ୟୁନିଟ ଡିଏମଏସଏଫ ଝାଡଖଣ୍ଡକକୁ ସଡନଡେଥ ମାଧ୍ୟମରେ ୧୧-୧୦ ଗୋଲରେ ହରାଇ ଏ-ଗ୍ରୁପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ରାଉରକେଲାର ସେକ ଅନିସକୁ ଅତିଥିମାନେ ମ୍ୟାନ ଅଫ୍ ଦି ମ୍ୟାଚ୍ କପ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ କୁ ରେଫରୀ ଭାବେ ସୁକାନ୍ତ ସିଂ, ମହମ୍ମଦ ସାକଲିନ, ମହମ୍ମଦ ମୋକିମ ଓ ଯୁଧିଷ୍ଟିର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ । ରବିିବାର ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ-ଏର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଭେଟିବ ରାଉରକେଲା ରେଡ ୟୁନିଟ ।

ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଧିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *