ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ 

କଟକ ସଦର,୨୨/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ ପୂର୍ବତନ ସଭାପତି ତଥା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ନିର୍ଦେଶ କ୍ରମେ କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତ ସାଧୁସାହି ଉଗ୍ରତାରା ମନ୍ଦିର ଓ ମଙ୍ଗଦେଇପୁର ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଶୀତରୁ ରକ୍ଷା ପାଇଁ ଶତାଧିକ ଗରୀବ ଲୋକମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଛି।

ଏଥିରେ ପରିଷଦର ସଭାପତି ଇଂ ପ୍ରଭାତ କୁମାର ସେଠୀ ଙ୍କ ସମେତ ଦୀପକ କୁମାର ମହାନ୍ତି, ବିଦ୍ୟାଧର ବେହେରା, ବଳରାମ ସେଠୀ,ତପନ କୁମାର ସ୍ୱାଇଁ, ପବିତ୍ର କୁମାର ସାହୁ, ସୁଶାନ୍ତ କୁମାର ବେହେରା ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇ ବଣ୍ଟନରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *