କଟକ, ୨୨/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) କଟକ ସଦର ଥାନା ଅନ୍ତର୍ଗତ ସଵଳପୁର ଗ୍ରାମର ଆରାଧ୍ୟା ଦେବୀ ମା’ପାର୍ବତୀଙ୍କ ପୀଠସ୍ଥଳରେ ବିଶ୍ୱର କଲ୍ୟାଣ ନିମନ୍ତେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି।
ଏହି ଉପଲକ୍ଷେ ଆଜି ଅପରାହ୍ନରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଶୋଭାଯାତ୍ରାରେ ସଵଳପୁର ଓ ବିଶ୍ୱାଳପଡା ଗ୍ରାମର ମହିଳା ଓ ପୁରୁଷମାନେ ସ୍ଥାନୀୟ ବିଶ୍ୱାଳପଡାସ୍ଥିତ ପ୍ରଭୁ ଗ୍ରାମେଶ୍ୱରଙ୍କ ପୀଠ ନିକଟସ୍ଥ ପବିତ୍ର ପୁଷ୍କରିଣୀରୁ ଜଳ କଳସ ନେଇ ମା’ ପାର୍ବତୀଙ୍କ ପୀଠସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ୪ ଦିନ ଧରି ଅନୁଷ୍ଠିତ ହୋଇ ୨୫ ତାରିଖ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
