ନୂଆ ଜଗନ୍ନାଥ ସଡ଼କ ଅବସ୍ଥା: ଲେନ ମାର୍କିଙ୍ଗ ଲିଭି ଗଲାଣି: ନିମ୍ନମାନର କାର୍ଯ୍ୟ ପାଇଁ ଅସନ୍ତୋଷ

 ନିରାକାର ପୁର, ୦୧/୧୨/୨୦୨୩ (ଓଡ଼ିଶା ସମାଚାର)-ନୂଆ ଜଗନ୍ନାଥ ସଡକ ର ୨୬ କିମି ରୁ ୪୦ କିମି ପର୍ଯ୍ୟନ୍ତ ୬ ମାସ ପୂର୍ବେ ଉନ୍ନତି କରଣ କରାଯାଇଥିଲା । ଏହି ସମୟରେ ରାସ୍ତା ର ନୂତନ ପିଚୁ ଲେୟାର ଉପରେ ନୂଆ କରି ଲେନ ମାର୍କିଙ୍ଗ କରାଯାଇଥିଲା । ରାସ୍ତା ର ଉଭୟ ପାର୍ଶ୍ୱ ରେ ଏବଂ ମଝିରେ ଲେନ ମାର୍କିଙ୍ଗ କରାଯାଇଥିଲା । କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ମାତ୍ର ୫ ମାସ ଭିତରେ ଏହି ମାର୍କିଙ୍ଗ ଗୁଡିକ ନୂଆ ଜଗନ୍ନାଥ ସଡକ ର ଅନେକ ସ୍ଥାନ ରେ ସମ୍ପୂର୍ଣ ଲିଭି ଯାଇଛି ଏବଂ ଯେଉଁଠାରେ ଲିଭି ନାହିଁ ସେଗୁଡିକ ରାତିରେ ଯାଉଥିବା ଯାନବାହାନ ମାନଙ୍କର ଆଲୋକ ରେ ଚମକୁ ନାହିଁ । ରାଜ୍ୟ ସରକାର ସଡକ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ତାଙ୍କ ଖର୍ଚ କରୁଥିବା ବେଳେ ପୂର୍ତ ବିଭାଗ ଅଧିକାରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମନ ର ସାମଗ୍ରୀ ବ୍ୟବହାର କର ଯାଉଛି ଏବଂ ଲଗା ଯିବା ବେଳେ ସଠିକ ମାତ୍ରା ରେ ଉତ୍ତାପ ନ ଦିଆ ଯିବା ଫଳ ରେ ଖୁବ କାମ ଦିନ ରେ ଏଗୁଡିକ ଲିଭି ଯାଉଛି । ଫଳରେ ଯାନବାହାନ ଗୁଡିକ ରାସ୍ତା ରେ ଯିବା ବେଳେ ବିଶେଷ କରି ରାତିରେ ଏବଂ କୁହୁଡି ସମୟ ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବର୍ତମାନ ଶୀତ ଋତୁ ରେ ଅନେକ ରାଜ୍ୟ ବାହାର ର ପର୍ଯ୍ୟଟକ ଗାଡି ଗୁଡିକ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଏବଂ କୋଣାର୍କ ଯାଉଛନ୍ତି କିନ୍ତୁ ରାସ୍ତାରେ ଲେନ ମାର୍କିଙ୍ଗ ଗୁଡିକ ଲିଭି ଯାଇଥିବା ରୁ ଏବଂ ବୁଲାଣି ଜାଗା ଗୁଡିକ ରେ , ହମ୍ପସ ସ୍ଥାନ ମାନଙ୍କରେ ସୁଚକାଙ୍କ ବୋର୍ଡ ନଥିବା ଯୋଗୁଁ ଦୁର୍ଘଟଣା ର ଆଶଙ୍କା ରହିଛି ।ତେଣୁ ଖୋର୍ଦ୍ଧା ପୂର୍ତ ବିଭାଗ ଯଥା ଶୀଘ୍ର ନୂଆ ଜଗନ୍ନାଥ ସଡକ ରେ ଲେନ ମାର୍କିଙ୍ଗ କରିବା ସହ ଏହା କିଭଳି ଏତେ କମ ଦିନ ରେ ଉଭେଇ ଗଲା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *