ଛାତ୍ର ଙ୍କ  କୃତିତ୍ଵ ପାଇଁ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, ୨ ୭ /୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ଉପଖଣ୍ଡ ବାଲିପାଟଣା ବ୍ଳକ ଅନ୍ତର୍ଗତ ବନମାଳି ପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନ ଛାତ୍ର ଶ୍ରୀମାନ ରାଶେଷ ରାୟ  ଚଳିତ ବର୍ଷ ସର୍ବ ଭାରତୀୟ ସ୍ତରରେ ଅୟୀ ଜର ରେ  ଶିକ୍ଷାଲାଭ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ଥିବାରୁ  ବିଦ୍ୟାଳୟ ତରଫରୁ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଆୟୋଜିତ କରାଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ କଲ୍ୟାଣ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା  । ଉପସ୍ଥିତ  ଥିବା ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ , ରଞ୍ଜନ ପ୍ରଧାନ,ସଞ୍ଜୟ ଖଟେଇ ,ଅଜିତ ମହାନ୍ତି,ଅଧ୍ୟାପିକା ରଶ୍ମି ରେଖା ରଥ  ଓ ବାମଦେବ ସାହୁ ପ୍ରମୁଖ  କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଭବିଷ୍ୟତ ରେ ସେ ଆହୁରି ଉନ୍ନତି କରି ଅଞ୍ଚଳରେ ନାଁ ରଖନ୍ତୁ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିଥିଲେ। ଶେଷ ରେ  ତାଙ୍କର ଏହି କୃତିତ୍ଵ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଥିବାରୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ  ଛାତ୍ରଛାତ୍ରୀ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ  ।

Leave a Reply

Your email address will not be published. Required fields are marked *