ଜାତୀୟ କନ୍ୟା ସନ୍ତାନ ସପ୍ତାହ ୨୦୨୬ ପାଳିତ।

ଜଗତସିଂହପୁର,୨୨/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମି ରଞ୍ଜନ ପଟ୍ଟନୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ଡ଼ା ପଟ୍ଟନାୟକ ଉତ୍ସବର ମୁଖ୍ୟ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ସମାଜରୁ ପୁଅ ଓ ଝିଅ  ଭେଦଭାବ କୁ ଦୂର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଉତ୍ସବରେ ବିଏସଏସଓ ଇନ୍ଦ୍ରମଣି ପ୍ରଧାନ,ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା,ରଘୁନାଥପୁର ବ୍ଲକ ଏବିଡିଓ ବୈରାଗୀ ଚରଣ ସେଠୀ,ବିରିଡ଼ି ବ୍ଲକ ଏବିଡିଓ ଲୋପାମୁଦ୍ରା ନାୟକ, ଏ ଡି ଡବ୍ଲୁ ଓ ରଞ୍ଜୁ ଦେଇ,ବାଲିକୁଦା ବ୍ଲକ ଏବିଡିଓ ଏସ,ଆର ମହାନ୍ତି,ସାଇବର ଥାନା ଅଧିକାରୀ ଭାସ୍ଵତ୍ ରଞ୍ଜନ ରାୟ, ଆଇନ ଅଧିକାରୀ ଜଗନ୍ନାଥ ମିଶ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉପଲକ୍ଷେ ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ରାଜେନ୍ଦ୍ର କୁମାର ପାଣିଗ୍ରାହୀ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ପ୍ରସୂତି ୱାର୍ଡରେ ନବଜାତକ ଶିଶୁ କନ୍ୟା ମାନଙ୍କର ମା ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ସହିତ ଜନ ସଚେତନତା ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥଟି ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ରେ ବୁଲି କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ବାର୍ତ୍ତା ବିଷୟରେ ଲୋକମାନଙ୍କୁ ସଚେତନ କରିବ।

ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରମୋଦ କୁମାର ବାରିକ,ମୁଖ୍ୟ ଚିକିତ୍ସାଳୟର ସୂପରି ଟେଣ୍ଡେଣ୍ଟ ଡ଼ା ସରୋଜ କୁମାର ଜେନା,ବରିଷ୍ଠ ଓ ଆଣ୍ଡ ଜି ସ୍ପେଶାଲିଷ୍ଟ ଡ଼ା ଦୀପ୍ତି ରଞ୍ଜନ ଭୁଇଆଁ,ହସ୍ପିଟାଲ ମ୍ୟାନେଜର,ନର୍ସିଂ ଅଧିକାରୀ ଓ ସ୍ବାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ।ଉତ୍ସବକୁ ଅତିରିକ୍ତ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ କୁମାର ମହାପାତ୍ର,ସହ ପରିଚାଳକ ନିରୋଦ କୁମାର ପ୍ରଧାନ,ଜିଲ୍ଲା ଟୀକା ପରିଚାଳକ ପାର୍ଥସାରଥୀ କରସର୍ମା ପରିଚାଳନା କରିଥିଲେ।ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଏହି ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଅତିଥି ମାନଂକ ଦ୍ଵାରା  ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *