କଟକ ସଦର,୨୧/୧୦/୨୦୨୬(ଓଡିଶା ସମାଚାର/ ବିଷ୍ଣୁ ବେହେରା)-କଟକ ସଦର ଅନ୍ତର୍ଗତ କଟକ ଜିଲ୍ଲାର ୭ ନମ୍ବର ଜିଲ୍ଲାପରିଷଦ ତଥା ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ କିଶନନଗର ଜୋନରେ ବିଧାୟକଙ୍କ ଶିକ୍ଷା ଗୁରୁ ଶିକ୍ଷାବିତ୍ ବିମଳ ଚନ୍ଦ୍ର ପଣ୍ଡା ବିଜେପି ରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି।


ପ୍ରକାଶ ଯେ ୮ ଗୋଟି ପଞ୍ଚାୟତକୁ ନେଇ ଗଠିତ ତଥା ବିଧାୟକ ଙ୍କ ଜୋନ୍ ଭାବେ ଗୁରୁତ୍ୱ ବହନ କରୁଥିବା ଉକ୍ତ ଜୋନରେ ବିଜେପି ର ଜଣେ ନିର୍ଵିଵାଦୀୟ ନେତା ଚୟନ ଦୌଡରେ ଶିକ୍ଷାବିତ ବିମଳ ପଣ୍ଡା ଆଗରେ ଥିବା ଜଣାପଡିଛି। ସେହିପରି ଏହି ଜୋନରେ ବିଜେଡ଼ି ରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, କଟକ ସଦରର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲ୍ୟ ବନ୍ଧୁ ସତ୍ୟ ଜେନା ଓ ସୋମପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା କଟକ ସଦର ବ୍ଲକ ବିଜୁ ଜନତା ଦଳ ଉପସଭାପତି ଅଶୋକ ବେହେରା ନିର୍ଵବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ତାହା ଜଣା ପଡିନାହିଁ।

