ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ ଏଏସ୍ଆଇ

ଭୁବନେଶ୍ୱର,୨୩/୧୧/୨୦୨୩(ଓଡ଼ିଶା ସମାଚାର)-ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି । ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍ ଏଏସଆଇ । ସେହିପରି ଜୋରିମାନା ମଧ୍ୟ ଆଦାୟ କରିପାରିବେନି । ଗାଡ଼ି ଚାଳକଙ୍କ ଠାରୁ ଟ୍ରାଫିକ ଏଏସଆଇଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜୋରିମାନା ଆଦାୟ ନିଷ୍ପତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି । ପୂର୍ବରୁ ନିର୍ଦ୍ଧେଶନାମା ଜାରି ହୋଇଥିଲା ଯେ, ନିୟମ ଉଲଂଘନ ପାଇଁ ଟ୍ରାଫିକ ଏଏସଆଇ ମାନେ ମଧ୍ୟ ଜୋରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ । ଗତ ସେପ୍େଟମ୍ୱର ୧୩ରେ ଏଭଳି ନିର୍ଦ୍ଧେଶାନାମା ଜାରି କରିଥିଲା ରାଜ୍ୟ ପରିବହନ ପ୍ରାଧିକରଣ- STAI । ତେବେ ଗତକାଲି ଏହି ନିର୍ଦ୍ଧେଶନାମାକୁ ପ୍ରତ୍ୟାହାର କରାଯାଇଛି । ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *