ଘଟଗାଁ,୨୨/୦୧/୨୦୨୬(ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)-ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଲବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ସମନ୍ୱୟ ବୈଠକ ଓ ବନାଗ୍ନି ନିରାକରଣ ସଚେତନତା ଶିବିର ଘଟଗାଁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ଏସି ଏଫ ସୁଦୀପ୍ତ କୁମାର ପଣ୍ଡା, ବିଦୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଛତିଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସାଂସଦ ପ୍ରତିନିଧି ରୁଦ୍ର ନାରାୟଣ ବେହେରା,ଅଗ୍ନିଶମ କର୍ମଚାରୀ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟରେ କହିଥିଲେ , ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ହୋଇଛି। ଜୀବ ଜଗତ ପାଇଁ ଜଙ୍ଗଲ ଏକ ଅମୁଲ୍ୟ ଦାନ।
ପରିବେଶ ସନ୍ତୁଳନ ରକ୍ଷା କରିବା ଜଙ୍ଗଲର ଭୂମିକା ରହିଛି। ଜଙ୍ଗଲ ଜଳବାୟୁକୁ ସନ୍ତୁଳିତ ଅବସ୍ଥାରେ ରଖି ଜଳ ଓ ମୂର୍ତ୍ତିକାକୁ ସଂରକ୍ଷିତ କରି ରଖେ। ବାୟୁ ମଣ୍ଡଳର ଧୂଳି ଧୂଆଁକୁ ଧରି ରଖି କେତେକ ବିଷାକ୍ତ ବାଷ୍ପକୁ ଶୋଷି ନେଇ ବାୟୁ ପ୍ରଦ୍ଵଷଣରୁ ରକ୍ଷା କରେ।ତେଣୁ ବନ ସୁରକ୍ଷା ଏବଂ ବନାଗ୍ନି ନିରାକରଣ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା୮୦ଟି ବନ ସୁରକ୍ଷା ସମିତି ସଭାପତି ଓ ଆନିମେଟର ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ ଯୋଜନା ସଂଯୋଜକ ରଂଜିତ ପଲେଇ,ବନପାଳ ବିଶ୍ଵମୋହନ ମିଶ୍ର, ପ୍ରମୋଦ ବେହେରା, ଅକ୍ଷୟ କୁମାର ମହାନ୍ତି, ବନରକ୍ଷୀ ସ୍ମୃତିରଞ୍ଜନ ସାହୁ, ଗୁଡ଼ି ଲାଲ, ଶିବ ହାଁସଦା, ପୂଜାରାଣୀ ବଳ,ଯାଜ୍ଞସେନୀ ଗୋଛାୟତ,ଅଳତୀ ନାଏକ, ମୀନା ଲାଗୁରୀ ପ୍ରମୁଖ ସହଯୋଗ କରିଥିଲେ।
