ଫେବୃୟାରୀ ୧୦ ରେ କୃମିନାଶକ ଦିବସ

ଜଗତସିଂହପୁର,୨୨/୦୧/୨୦୨୬(ଓଡ଼ିଶା ସମାଚାର)-ଜିଲ୍ଲା ସଦଭାବନା ସଭା ଗୃହରେ ଜାତୀୟ କୃମିନାଶକ ଦିବସ ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରିଥିଲେ। ଞ୍ଚଫେବୃୟାରୀ ୧୦ ,୨୦୨୬ ରେ ଏହି ଦିବସ ପାଳନ କରାଯିବ।

୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ, କିଶୋର ଓ ଯୁବକଙ୍କୁ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଓ ସିରପ ଦିଆଯିବ। ୧ ରୁ ୫ ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ସିରପ ଓ ୬ ରୁ ୧୯ ବର୍ଷର କିଶୋର ଓ କିଶୋରୀ ତଥା ଯୁବକ ଓ ଯୁବତୀଙ୍କୁ ବଟିକା ଦିଆ ଯିବ। ଏତଦ୍ ବ୍ୟତୀତ ୨୦-୨୪ ବୟସ ର ପ୍ରଜନନ କ୍ଷମ ମହିଳା ମାନଙ୍କୁ ମଧ୍ୟ କୃମିନାଶକ ବଟିକା ଦିଆଯିବ।ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ରେ ମୋଟ ୨୧୬୪୨୩ ଶିଶୁ ଙ୍କୁ କୃମି ଔଷଧ ବଣ୍ଟନ କରାଯିବାର ଧାଯ୍ୟ କରାଯାଇଛି।

ଯେଉଁ ମାନେ ସେହିଦିନ ବଟିକା କିମ୍ବା ସିରପ ଖାଇ ନ ପାରିବେ ସେମାନଙ୍କୁ ଫେବୃୟାରୀ ୧୭ରେ ଦିଆଯିବ। ଏହି କାର୍ୟ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ,ଏ, ସି ଆଣ୍ଡ ସ୍ ଟି ବିଭାଗ କୁ ସାମିଲ କରାଯାଇଛି। ଏଥିରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ସହଯୋଗ କରିବେ ବୋଲି ବୈଠକ ରେ ସୂଚନା ଦିଆ ଯାଇଛି।

ଏହି ବୈଠକରେ ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ, ଆର ଡବ୍ଲୁ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ।. ରାଜେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାର (ପରିବାର କଲ୍ୟାଣ ) ଡ। ପ୍ରମୋଦ ବାରିକ ,ଡ। ସନ୍ତୋଷ କୁମାର ବେହେରା,ଓ ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରିଣୀ ସୋନାଲି ପ୍ରିୟଦର୍ଶିନୀ, ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ପ୍ରକାଶ ଚାନ୍ଦ ,ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା , ଡାଟା ମ୍ୟାନେଜର ଅଶୋକ ସାହୁ ସହିତ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ଏହି ପ୍ରୋଗ୍ରାମ କୁ ସୂଚାରୁ ଭାବରେ କାର୍ୟକାରୀ କରିବାକୁ ସବୁବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବ ଶେଷରେ ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ଡେପୁଟି ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *