ବିଲେଇଶୁଣି ମକର ମେଳାରେ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୨୧/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମିଳନ ସ୍ଥଳ ଗରଦପୁର ବ୍ଲକ୍ ପଳସୁଧା ପାଇକା ନଦୀ ପଠାରେ ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ହେଉଥିବା ଐତିହାସିକ ୬୨ତମ ବିଲେଇଶୁଣି ମକର ମେଳା ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବିକାଶ ସିଂ, ଅଶୋକ ସ୍ୱାଇଁ, ନିଗମାନନ୍ଦ ଦାସ ,ପ୍ରଫୁଲ କୁମାର ସିଂ(କୁନିଆ ଦାଦା), ରବିନ୍ଦ୍ର ମହାପାତ୍ର, ସଂଜୟ ସ୍ୱାଇଁ, କାଶିନାଥ ସାହୁ, ନିର୍ମଳ ଜେନା ,କୃଷ୍ଣ ଚନ୍ଦ୍ର ଭୋଳ, ସମିର ସାମଲ, ଅଜୟ ବେହେରା ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ ।

ଆଜି ଏହି ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବ କୁ ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି ପରିଚାଳନା କରିଥିବାବେଳେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସାଂସ୍କୃତିକ ପରିଷଦ ର ସଭାପତି ଅଗସ୍ତି ଓଝା ,ପୂର୍ବତନ ସଭାପତି ପ୍ରଫୁଲ ସିଂ, ବସନ୍ତ ସାହୁ,ପାଟକୁରା ବିଧାୟକଙ୍କ ପ୍ରତିନିଧି କ୍ଷିତିଶ ଦାସ, ପୂର୍ବତନ ସରପଂଚ ଅଶୋକ କୁମାର ଜେନା ଙ୍କ ସମେତ ପରିଷଦର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *