କେନ୍ଦ୍ରାପଡ଼ା, ୦୮/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଫକିରାବାଦ ଉଦ୍ଧର୍୍ୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ଏକ ଉତ୍ସବ ସମିନା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅବସରପ୍ରାପ୍ତ ବିଆରସିସି ତଥା ଏବିଇଓ ବଳଦେବପ୍ରସାଦ ଜେନା, ଅବସରପ୍ରାପ୍ତ ଶିକ୍ଷକ କାଶିନାଥ ରାଉତରାୟ, ସେଖ ମନସୁର ଅଲ୍ଲୀ, କ୍ଷେତ୍ରବାସୀ ସାହୁ, ରାଜେନ୍ଦ୍ର ପ୍ରସାଦ ରାଉତ ଓ ସାବିତ୍ରୀ ନାୟକ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପ୍ରଭା ନାୟକ, ଗାେଙ୍ଗୟ ବିଶ୍ୱାଳ, ମୀର ରଫିକ ପ୍ରମୁଖ ପରିଚାଳନା କରିଥିଲେ ।
