ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ ରକ୍ଷଣା ବେକ୍ଷଣ ଓ କଲ୍ୟାଣ ଆଇନ, ୨୦୦୭  ସଂପର୍କିତ ଜିଲ୍ଲା ସ୍ତରୀୟ ସଚେତନତା ଶିବିର

ଜଗତସିଂହପୁର, ୨୧/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ help age INDIA ର ମିଳିତ ଆନୁକୁଲ୍ୟ ରେ ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ ରକ୍ଷଣା ବେକ୍ଷଣ ଓ କଲ୍ୟାଣ ଆଇନ, ୨୦୦୭ ସଂପର୍କିତ ଏକ ଜିଲ୍ଲା ସ୍ତରୀୟ ସଚେତନତା ଶିବିର,ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ ଯେ ବରିଷ୍ଠ ନାଗରିକ, ପିତାମାତା, ଗୁରୁଜନ ଆମପାଇଁ ସର୍ବଦା ପୂଜ୍ୟ।ସେମାନଙ୍କର ଅଭିଜ୍ଞତା ଓ ପରାମର୍ଶ ରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। କିନ୍ତୁ ସମ୍ପ୍ରତି ଯୁବପିଢୀ ନିଜର ପିତାମାତା ଙ୍କୁ ସଠିକ ସମ୍ମାନ ଦେଉନାହାନ୍ତି। ତେଣୁ ନିଶ୍ଚିତ ରୂପେ ସେମାନେ ଆଇନ୍ ର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ।

 ଏଥିରେ ୭୦ ରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକ, ଏନ. ଜି. ଓ କର୍ମକର୍ତ୍ତା ଏବଂ ସରକାରୀ କର୍ମଚାରୀ ଅଂଶ ଗ୍ରହଣ କରି ବରିଷ୍ଠ ନାଗରିକ ଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଧିନିୟମ ଏବଂ ଏହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ନାୟକ ଙ୍କ ଦ୍ଵାରା ଆଗତ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟି ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ଏଥିରେ ଶ୍ରୀ ପ୍ରେମାନନ୍ଦ ପଢିହାରୀ, ଶ୍ରୀ ନିକୁଞ୍ଜ କିଶୋର ବେହେରା ଙ୍କୁ ଏମିନେଣ୍ଟ ପ୍ରାର୍ଥୀ ଏବଂ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ହିତେଶ କୁମାର ମହାନ୍ତି ଙ୍କୁ ସ୍ପେସିଆଲିଷ୍ଟ ଆକ୍ଟିଭିଷ୍ଟ ଭାବରେ ମନୋନୀତ କରଯାଇଥିଲା ।

   ଜିଲ୍ଲା ସୂଚନା ଓ ଲୋକ  ସମ୍ପର୍କ ଅଧିକାରିଣୀ, ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ପ୍ରଶାସନିକ ଅଧିକାରୀ,   ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ , ଏସ. ଶୁଭ୍ର ପଟେଲ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *