ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ଘରୋଇ ନର୍ସିଂ ସ୍କୁଲ୍ ଓ କଲେଜ ସଂଘର ପ୍ରତିଷ୍ଠାତା ଓ ସଭ୍ୟମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସବୁ ସଦସ୍ୟମାନେ ନିଜ ନିଜର ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ନର୍ସିଂ ପ୍ରୋଫେସନ ଉପରେ ଆଲୋଚନା କରିଥିଲେ ।
ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ଘରୋଇ ନର୍ସିଂ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଏବଂ ସଦସ୍ୟମାନେ ଏକତ୍ର ସ୍ୱରରେ ଓ.ୟୁ.ଏଚ୍.ଏସ୍. ପତ୍ର ସଂଖ୍ୟା-୨୧୧, ତାରିଖ-୦୬.୧.୨୦୨୬ର ପ୍ରକାଶିତ ଚିଠି ଉପରେ ଗୁରୁତର ସହିତ ଆଲୋଚନା କରିବା ସହ ଏହାକୁ ରିଭାଇଜ୍ କରିବା ଏବଂ ଡିପୋଜିଟ୍ ତାରିଖ ବଢାଇବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତି ନେଇଥିଲେ । ଏତଦ୍ ବ୍ୟତୀତ ଓ.ୟୁ.ଏଚ୍.ଏସ୍, ଭୁବନେଶ୍ୱର ଦ୍ୱାରା ପ୍ଲେଜ୍ ମନି ଉପରେ ଗୁରୁତ୍ୱ ଦେଇ ଭାଇସ୍ ଚାନସେଲରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।
ପରେପରେ ମାନ୍ୟବର ସଦସ୍ୟମାନେ ଡି.ଏମ୍.ଇ.ଟି.କୁ ସାକ୍ଷାତ କରି ଏ.ଏନ୍.ଏମ୍. ଓ ଜି.ଏନ୍.ଏମ୍. ପରୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ବିଜନ ଜେନା, ବରିଷ୍ଠ ସଦସ୍ୟ ତୁଷାରକାନ୍ତ ସେଠୀ, ମଞ୍ଜୁଲତା ପଣ୍ଡା, ହୀରନମୟ ଦାସ, ଶକ୍ତିମୟ ସାହୁ, ସୁଶାନ୍ତ ବିଶ୍ୱାଳ ଓ ପ୍ରସାଦ ଛାଟୋଇ ଉପସ୍ଥିତ ରହି ଏ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
