ଓଡ଼ିଶାରେ ଜଣେ କୋଭିଡ୍ ସଂକ୍ରମିତ ମହିଳା

ବ୍ରହ୍ମପୁର,୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ଭୟ ।  ବ୍ରହ୍ମପୁର ରେ ଜଣେ କୋଭିଡ୍ ପଜିଟିଭି ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି । ଚିହ୍ନଟ କୋଭିଡ୍ ସଂକ୍ରମିତ ଜଣେ ମହିଳା । କରୋନା ସଂକ୍ରମିତ ଚିହ୍ନଟ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱୀକାର କରିଛନ୍ତି । ଚିହ୍ନଟ ରୋଗୀ ଜଣଙ୍କୁ ବଡ଼ ମେଡିକାଲରେ ଆଇସୋଲସନରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସୁପରିଟେଣ୍ଡେଣ୍ଟ  କହିଛନ୍ତି ।

Leave a Reply

Your email address will not be published. Required fields are marked *