କଟକ, ୧୯/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )ନିଖିଳ ଉତ୍କଳ ବାରିକ ସମିତି କଟକ ଜିଲ୍ଲା ଶାଖା ପକ୍ଷରୁ ଆଗାମୀ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଖରାବାଦ ଧୂଆଁପଥର ଗଳିସ୍ଥିତ ଉମା ବାରିକଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ଗୀତିକାର ଅକ୍ଷୟ ବାରିକ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ଫେବୃଆରୀ ମାସରେ ସ୍ଥାନୀୟ ସହିଦ୍ ଭବନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ଜାନୁଆରୀ ଏକତିରିଶ ତାରିଖରେ ସମିତିର ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ପ୍ରଥମ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅଜୟ ବାରିକ , ପ୍ରଫୁଲ୍ଲ ସିଂ , ବିଜୟ ବାରିକ , ଉମା ବାରିକ , ପ୍ରସନ୍ନ ବାରିକ , ରତ୍ନାକର ବାରିକ , ଶରତ ଚନ୍ଦ୍ର ବାରିକ , ନବ କିଶୋର ବାରିକ , ମହାନଗର ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଓ ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଉମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
