କେନ୍ଦ୍ରାପଡ଼ା,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-କେ ସିପିଆଇ, ସିପିଆଇ(ଏମ୍) ଓ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଏକ ଗଣବିକ୍ଷୋଭ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ତତ୍ଜନିତ ୧୭ ଜଣରୁ ଅଧିକ ମେଧାବୀ ଛାତ୍ର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ବାମପନ୍ଥା ଛାତ୍ର ସଂଗଠନ ସହିତ କକ୍ରୋଜ ପାର୍ଟି ଜୁନ ୨୮ ଠାରୁ ଜନ୍ତ୍ରରମନ୍ତ୍ରର ଠାରେ ନୂତନ ଶିକ୍ଷାନୀତି ବାତିଲ କରିବା,ପରୀକ୍ଷା ପରିଚାଳନାରେ ବ୍ୟର୍ଥ ଏନ୍.ଟି.ଏ.କୁ ବନ୍ଦ କରିବା, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଲା ।
ସେଠାରେ ବିଶିଷ୍ଟ ପରିବେଶ ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ, ନେହା ଅମିନ, ମନିଷ, ପ୍ରଥୁଭା, ଅନିକେତ ମାଡଙ୍ଗ ପ୍ରମୁଖ ଆମରଣ ଅନଶନ ଚଳାଇଲେ । ଦିଲ୍ଲୀ ହାଇକୋର୍ଟ ସୋନମ୍ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ପ୍ରତି ଉଦବେଗ ପ୍ରକାଶ କଲା ପରେ, ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ନକରି ହଠାତ୍ ଜୁଲାଇ ୧୮ ତାରିଖ ସକାଳ ୬ଟା ବେଳେ ଦିଲ୍ଲୀ ପୋଲିସ ବଳପୂର୍ବକ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା । ନିରସ୍ତ୍ର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଲାଠି ଚାଳନା ସହ ଆକ୍ରମଣ କଲେ । ଏହାର ପ୍ରତିବାଦରେ ଅଭିଜିତ୍ ଦିପକେ ଓ ବାମପନ୍ଥୀ ଛାତ୍ରମାନେ ଧାରଣରେ ସାମିଲ ହୋଇଛନ୍ତି । ଜୁଲାଇ ୨୦ ପାର୍ଲିଆମେଂଟ ମାର୍ଚ୍ଚ କୁ ସଫଳ ପାଇଁ ଡକରା ଦେବା ସହିତ ସମସ୍ତ ରାଜ୍ୟ ରାଜଧାନି, ଜିଲା ଓ ବ୍ଲକ କାର୍ଯ୍ୟାଳୟ ପ୍ରଭୃତିରେ ଏହାକୁ ସଫଳ କରିବା ପାଇଁ ଡାକରା ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଆମ ଜିଲାରେ ବିକ୍ଷୋଭ ପାଇଁ ଡାକରା ଦିଆଯାଇଥିଲା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ଗଣ ବିକ୍ଷୋଭ ପୁରୁଣା ବସଷ୍ଟାଣ୍ଡରୁ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ସଂଗଠିତ ହୋଇଯାଇଛି । ଏଥିରେ ସି.ପି.ଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସାଥି ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ ଜିଲା ସଂପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ସି.ପି.ଏମ୍ ଜିଲା ସଂପାଦକ ସାଥି ଗୟାଧର ଧଳ, ବିଶିଷ୍ଟ ଶ୍ରମିକନେତା ମୁକ୍ତାର ଖାଁ, ଅଧ୍ୟାପକ ଅଜୟ ସାମଲ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ନେତା ସାଥି ବାବାଜୀ ଧଳ, ସି.ଆଇ.ଟି.ୟୁ ନେତା, ସାଥି ଜଗତଜୀବନ ଦାଶ, ସି.ପି.ଆଇର ସହ ସଂପାଦକ ସାଥି ଆଦିକନ୍ଦ ରାଉଳ, ଜିଲା ପରିଷଦ ସଭ୍ୟ ସାଥି ସୀତାକାନ୍ତ ନାୟକ, ସି.ପି.ଏମ୍ ନେତା ସାଥି ନରୋତମ ପାର୍ଥସାରଥି ପ୍ରଭୃତି ଯୋଗଦେଇ ବିକ୍ଷୋଭ ସଂଗଠିତ କରିବା ସହିତ ଶିକ୍ଷାମନ୍ତ୍ରୀଙ୍କୁ ଘଂଟ ଘୋଡାଇଥିବା ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ ।
