ଭୁବନେଶ୍ୱର,୨୩/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍ ) ଦେବ ପ୍ରାସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଧେଶକ । ସେ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଧେଶକ ହୋଇଛନ୍ତି ।
ହେଲେ ସଂସ୍କୃତି ବିଭାଗର ନିଜ ଦାୟିତ୍ୱ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ବର୍ତମାନ ଦେବ ପ୍ରସାଦ ଦାଶ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
