ପ୍ରତିକ୍ଷାର ଅନ୍ତ, ଅରିଲୋ ରେ ଧାନ ମଣ୍ଡି ଖୋଲିଲା

କଟକ ସଦର,୧୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ହେବାକୁ ଥିବା ଧାନ ମଣ୍ଡି ସ୍ଥାନ ନିରୂପଣ କୁ ନେଇ ଲାଗି ରହିଥିବା ଟଣା ଓଟରା ଶେଷରେ ପ୍ରଶାସନିକ ସ୍ତରରେ ସମାଧାନ ହୋଇ ଆଜି ସୋମବାର ଦିନ ସୋମପୁର ପରିବର୍ତ୍ତେ ଅରିଲୋ ଠାରେ ଉଦଘାଟିତ ହୋଇଛି।

ଏହାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ସହିତ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ସମିତି ସଭାପତି କୈଳାସ ଚନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଏଵଂ ବିମଳ ପଣ୍ଡା ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଧାୟକ ଇଂ ସେଠୀ ଙ୍କ ସମେତ କୃଷକ ନେତା ହୃଷିକେଶ ଜେନା,ସାଧୁ ଚରଣ ଜେନା, ଚିତ୍ତରଞ୍ଜନ ସାହୁ, କିଶନନଗର ସମିତି ସଭାପତି ବିରଞ୍ଚିନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ପରିଚାଳନାରେ ଅକ୍ଷୟ ସାହୁ, ଶୁଭେନ୍ଦୁ ପଣ୍ଡା,ଜୈ।ତିପ୍ରକାଶ ନନ୍ଦ,ତପନ ଖୁଣ୍ଟିଆ, ଅଶୋକ ବେହେରା,ସକିଲ ଅହେମଦ ପ୍ରମୁଖ ସହାୟତା କରିଥିଲେ। ଶେଷରେ ସମିତି ସଂପାଦକ ପ୍ରଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ମଣ୍ଡିରେ ଧରିଣା,ସୋମପୁର ଓ ଅରିଲୋ ତିନୋଟି ପଞ୍ଚାୟତ ର ୫୩୨ ଜଣ ଚାଷୀ ୧୭ ହଜାର ୧ ଶହ କୁଇଣ୍ଟାଲ ଧାନ ଚଳିତବର୍ଷ ଦେବାକୁ ଥିବା ବେଳେ ଆଜି ୧୭ ଜଣ ଚାଷୀ,୭୫୦ କୁଇଣ୍ଟାଲ ଧାନ ଦେଇଥିବା ଜଣାପଡିଛି।

()

Leave a Reply

Your email address will not be published. Required fields are marked *