ଶିଶୁ ମାନଙ୍କୁ ଯୌନ ଶୋଷଣ ଅପରାଧରୁ ସୁରକ୍ଷା ଅଧିନିୟମ ସମ୍ପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଯାଜପୁର.୨୧/୦୧/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷ ରେ ଜିଲ୍ଲା ପ୍ରଶାସନ( ଡିସିପିଉ), ପୋଲିସ ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ମିଳିତ ସହ ଯୋଗରେ ଶିଶୁ ମାନଙ୍କୁ ଯୌନ ଶୋଷଣ ଅପରାଧରୁ ସୁରକ୍ଷା  ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଅଭିମୁଖୀକରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ  ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଉପଖଣ୍ଡ  ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝି, ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର   ଶ୍ରୀ ପ୍ରତାପ  ରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରେକସୋନା ଜେନା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା  ପ୍ରୀତିଲତା ସାମନ୍ତରାୟ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ, ରୋଜାଲିନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ରୁଚିକା ସମାଜ ମଙ୍ଗଳ ସଂଗଠନ ର କର୍ମକର୍ତ୍ତା ଅତିଥି ମାନଙ୍କୁ  ପୁଷ୍ପ ବୃକ୍ଷ ପ୍ରଦାନ  କରି ସମ୍ମାନିତ କରିଥିଲେ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଳାପାଳ  ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ କି ଆଇନ ର ବ୍ୟପକ ସଚେତନତା ର ଆବଶ୍ୟକତା ରହିଛି ଓ ଅଂଶୀଦାର ସମୂହ ସେମାନଙ୍କର ଦାୟିତ୍ୱ  ବୁଝିବାକୁ ହେବ। ଏଥିସହ ଆନ୍ତ ବିଭାଗ ସମନ୍ଵୟ ର ଆବଶ୍ୟକତା ରହିଛି। ପିଲାମାନଙ୍କ  ପାଇଁ  ଶିକ୍ଷା ଜରୁରୀ ଅଟେ। ବିଷୟ ବିଶାରଦ ରୂପେ ଅବସର ପ୍ରାପ୍ତ  ଜିଲ୍ଲା ଜଜ ଶ୍ରୀ ଗୟାଧର ପଣ୍ଡା ଓ ସ୍ଵେଛାସେବୀ ଅନୁଷ୍ଠାନ ସଂଯୋଗ ନିର୍ଦେଶକ ପ୍ରଶାନ୍ତ ପାଲଟାସିଂହ  ଯୋଗଦେଇ ଆଇନ  ର ବିଭିନ୍ନ ଦିଗ ଓ   ପିଲାମାନଙ୍କ ଥଇଥାନ ଉପରେ ଆଲୋକପାତ କରିଥିଲେ।

ଆଲୋଚନା ରେ  ଡକ୍ଟର ବେଣୁଧର ସେନାପତି, ଋଚିକା ସମାଜ ମଙ୍ଗଳ ସଂଗଠନ ଅଧିକାରୀ ଓ ଶ୍ରୀମତୀ ରେକ୍ସୋନା ଜେନା ଶିଶୁ ମାନଙ୍କ ମାନସିକତା କୁ ସଠିକ୍ ଭାବେ ବୁଝି କାର୍ଯ୍ୟ କରିପାରିଲେ ଶିଶୁ ମାନଙ୍କୁ ନ୍ୟାୟ ଦେଇ ପାରିବା ବୋଲି ପରାମର୍ଶ ଦେଇଥିଲେ।  ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ଯଥା ବ୍ଲକ ଶିକ୍ଷା ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ର ମହିଳା ପରିଦର୍ଶିକା ପୋଲିସ, ମହିଳା ଓ ଶିଶୁ , ଚିଲଡ୍ରେନ ହେଲ୍ପ ଲାଇନ, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ, ଏକକ ରହଣି କେନ୍ଦ୍ର , ଆଇନ ବିଭାଗ , ଶିଶୁ ମଙ୍ଗଳ କମିଟି ସଦସ୍ୟ , କିଶୋର ନ୍ୟାୟ ପରିଷଦ ସଦସ୍ୟ ମାନେ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର  ଅଧିକାରୀ ତପନ କୁମାର ପାତ୍ର, କାଳୀ ପ୍ରସାଦ ସାହୁ ଓ ରୁଚିକା ସଂଗଠନ ର ମନୋରଞ୍ଜନ ସାହୁ, ସସ୍ମିତା ସାହୁ ଓ ତପନ କୁମାର ପଣ୍ଡା  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ରୁଚିକା ସଂଗଠନ ର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *