ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାରେ ଭାରତ ତିବ୍ଦତ ସଂଘର କାର୍ଯ୍ୟକଳାପକୁ ସକ୍ରିୟ ଭାବରେ ଆଗକୁ ନେବା ଓ ଲୋକମାନଙ୍କୁ ଏହାର ବିଚାରଧାରାରେ ସାମିଲ୍ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସମାଜସେବୀ ତଥା ପୂର୍ବତନ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ନିବେଦିତା ବଳିୟାରସିଂ ନାୟକଙ୍କୁ ‘ପ୍ରଦେଶ ସଂଯୋଜିକା’ ଭାବେ ଦାୟିତ୍ୱ ଦିଆଯାଇଛି ।
ଭାରତୀୟ ତିବ୍ଦତ ସଂଘର କ୍ଷେତ୍ରୀୟ ସଂଯୋଜକ ପ୍ରବୀଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌରଭ ସାରସ୍ୱତ, ପୂର୍ବତନ ବିଧାୟକ ନାଉରୀ ନାୟକ, ରାମଚନ୍ଦ୍ର ମେହେର, ନରେଶ ଅଗ୍ରୱାଲ, ନରେଶ ଗୁପ୍ତା, ଶିଶିର କୁମାର ରାଉତରାୟ, ଅଞ୍ଜନ ଦେବତା, ସୁମିତ୍ରା ମହାପାତ୍ର, ସରୋଜ ଭୂୟାଁ ଓ ଡ. ମାଧବ ବେହୁରା ପ୍ରମୁଖ ଉପସ୍ଥିତ ରହି ଭାରତ ତିବ୍ଦତ ସଂଘକୁ ଆଗକୁ ନେବା ପାଇଁ ସଂକଳ୍ପ ନେଇଥିଲେ । ଏହି କ୍ରମରେ ସଂଘ ପକ୍ଷରୁ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା ।
