ଜୁନାଗଡ଼,୦୪/୦୨/୨୦୨୬ (ଓଡ଼ିଶା ସମାଚାର/ ରାକେଶ ବେମାଲ ) -ଜୁନାଗଡ଼ ମହୋତ୍ସବ ର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଆୟୋଜକ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନଏକ ,ସମ୍ପାଦକ ହିମାଂଶୁ ଶେଖର ବର।ଡ଼ ଙ୍କ ସମେତ କୋର କମିଟିର ଈଶ୍ୱର ପୁଝାରି ,ଅଶୋକ ପଟ୍ଟନାୟକ ଙ୍କ ଦ୍ଵାରା ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଜୁନାଗଡ ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ,ମୁଖ୍ୟ ବକ୍ତା ନିହାରେନ୍ଦ୍ର ପଣ୍ଡା ,ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଡ଼ୋଲାମଣୀ ଭୋଇ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ,ଜିଲ୍ଲା ପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ,ଲାଲ ବହାଦୁର ଜ।ନି , ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, ଏ ନ ଏ ସି ଅଧ୍ୟକ୍ଷ। ହିମାନ୍ଦ୍ରୀ ନ।ଏକ ,ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ କନ୍ଦପାନ ,ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ବରାଡ, ବହୁ ଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ , ପ୍ରମୁଖ ଉପସ୍ଥିତ ରହି ଜୁନାଗଡ଼ ମହୋତ୍ସବ ର ମହତ୍ଵ ସମ୍ପର୍କରେ ଅବଗତ କରାଇଥିଲେ ।
ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ କଳାବିକାଶ କେନ୍ଦ୍ର ଜୁନାଗଡ଼ ଓ ପଦ୍ମିନୀ ଦୋର।ଙ୍କ ଅର୍କେଷ୍ଟ୍ରା ସମ୍ବଲପୁର ଦର୍ଶକଙ୍କୁ ବିମୋହିତ କରିଥିଲା ।ପଦ୍ମିନୀ ଦୋର।ଙ୍କ ସମ୍ବଲପୁରୀ ଗୀତ ଓ ନାଚରେ ଦର୍ଶକ ମାନେ ମଧ୍ୟ ରାତ୍ରି ପ୍ରଯ୍ୟନ୍ତ ଝୁମିଥିଲେ ।କାର୍ୟ୍ୟକ୍ରମ ରେ ସାଂସ୍କୃତିକ କାର୍ୟ୍ୟକ୍ରମର ଅଧ୍ୟକ୍ଷ ମାନସ ରଞ୍ଜନ ସେଠି ଙ୍କ ସମେତ କୋର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଜୁନାଗଡ ମହୋତ୍ସବ ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଇକ ।
