ନିଶ୍ଚିନ୍ତକୋଇଲି,୨୧/୦୯/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନସ୍ଥ ପି ଏମ ଶ୍ରୀ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ସେବା – ସଂକଳ୍ପ ଅଭିଯାନ ୨୦୨୬ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ର ସଭାପତି ଶିକ୍ଷାବିତ ନାରାୟଣ ରାଉତ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପରିବେଶବିତ୍ ପ୍ରମୋଦ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଇତିଶ୍ରୀ ନାୟକ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ନୈପୁଣ୍ୟତା ସହ ସୃଜନଶୀଳତାର ବିକାଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥଲେ।
ଏହି ଅବସରରେ ସପ୍ତଦୀପ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅଭିଯାନ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ କନିଷ୍ଠ ଓ ବରିଷ୍ଠ ବିଭାଗ ରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। 
କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷକ ସୁବ୍ରତ ବେହେରା, ବିଜୟ କୁମାର ସାହୁ, ନମିତା ବେହେରା, ଶୁଭଲକ୍ଷ୍ମୀ ଦାସ, ମଧୁସ୍ମିତା ଆଚାର୍ଯ୍ୟ, ସଙ୍ଗୀତା ନାୟକ, ବିକାଶ କୁମାର ରାଉତରାୟ, ଲକ୍ଷ୍ମୀଧର ମହାନ୍ତି, ମମତା ସେନାପତି, ଦିପ୍ତିମୟୀ ବେହେରା, ଦେବଦୁଲ୍ଲଭ ରାଉତରାୟ, ଲକ୍ଷ୍ମୀପ୍ରିୟା ସାହୁ, ସଂଯୁକ୍ତା ବେହେରା, ସୁରେଶ ପରିଡ଼ା, ଶ୍ରୀରାମ ମିଶ୍ର, ଗାୟତ୍ରୀ ସାହୁ, ଚନ୍ଦ୍ରକଳା ବେହେରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମିନତୀ ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ହରିଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।
