କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କିଟ୍ ଡିମ୍ସ ଟୁ ବି ୟୁନିଭରର୍ସିଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

କେନ୍ଦ୍ରାପଡ଼ା, ୨୧/୦୯/୨୦୨୬ (ଓଡ଼ିଶା ସମାଚାର)- ଶିକ୍ଷା,ଗବେଷଣା ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କିଟ୍ ଡିମ୍ସ ଟୁ ବି ୟୁନିଭର୍ସିଟି, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷା, ଗବେଷଣା, ପ୍ରଶିକ୍ଷଣ ଓ ଗୁଣବତା ବିକାଶ କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉନ୍ମୋଚନ କରିବ ।

ଏହି ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ ଏବଂ କିଟ୍ ର ପ୍ରୋ-ଭାଇସଚାନ୍ସସେଲର ପ୍ରଫେସର ଡ. ଦେବାଶିଷ ବନ୍ଦୋପାଧ୍ୟାୟ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । କିଟ୍ ର ପ୍ରୋ-ଭାଇସ୍ଚାନ୍ସେଲର (ଆଡମିନ୍)-କମ୍-ରେଜିଷ୍ଟ୍ରାର ପ୍ରଫେସର ଡ. ଜ୍ଞାନରଞ୍ଜନ ମହାନ୍ତି ଏବଂ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପିକା ତଥା ଆଇକୁ୍ୟଏସି ସଂଯୋଜିକା ଡ. ଦୀପ୍ତି ରାୟ ସାକ୍ଷୀ ଭାବେ ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ କିଟ୍ ର ଆଇକୁ୍ୟଏସି ଡିନ୍ ଡ. ସିଦ୍ଧାର୍ଥ ଏସ୍. ରାଉତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହାପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଆଇକୁ୍ୟଏସି ସଂଯୋଜିକା ଡ. ଦୀପ୍ତି ରାୟ, କିଟ୍ ର ପ୍ରୋ-ଭାଇସ୍ଚାନ୍ସେଲର (ଆଡମିନ୍)-କମ୍-ରେଜିଷ୍ଟ୍ରାର ପ୍ରଫେସର ଡ. ଜ୍ଞାନରଞ୍ଜନ ମହାନ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ ନିଜ ନିଜ ଅଭିଭାଷଣ ରଖିଥିଲେ । ଏହାପରେ ଔପଚାରିକ ଭାବେ ଏମଓୟୁ ସ୍ୱାକ୍ଷର ଅନୁଷ୍ଠିତ ହୋଇଥିଲା । ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କିଟ୍ ର ପ୍ରୋ-ଭାଇସ୍ଚାନ୍ସେଲର ପ୍ରଫେସର ଡ. ଦେବାଶିଷ ବନ୍ଦ୍ୟୋପାଧ୍ୟାୟ ଏହି ଅବସରରେ ଅଭିଭାଷଣ ପ୍ରଦାନକରି ଦୁଇ ଅନୁଷ୍ଠାନ ମଧ୍ୟରେ ଏପରି ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କିଟ୍ ର ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସର ସହକାରୀ ପ୍ରଫେସର ଡ. ଅନନ୍ୟା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପକ୍ଷରୁ ମନୋବିଜ୍ଞାନ ବିଭାଗ ଅଧ୍ୟାପକ ତଥା ୟୁଜିସି ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ ଏବଂ ବଟାନି ବିଭାଗର ଅଧ୍ୟାପକ ତଥା ଆଇକୁ୍ୟଏସି ସହ-ସଂଯୋଜକ ହିମାଂଶୁଶେଖର ମହାପାତ୍ର ଉପସ୍ଥିତ ଥିଲେ । କିଟ୍ ରୁ ଡ. ସିଦ୍ଧାର୍ଥ ଏସ୍. ରାଉତରାୟ ଓ ଡ. ଅନନ୍ୟା ମିତ୍ରଙ୍କ ସମନ୍ୱୟରେ ଏମଓୟୁ ସ୍ୱାକ୍ଷର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଏହି ସହଯୋଗ ଦୁଇ ଅନୁଷ୍ଠାନର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଦକ୍ଷତା ଓ ଗବେଷଣା ଅଭିଜ୍ଞତାର ଆଦାନ ପ୍ରଦାନକୁ ସୁଗମ କରିବା ସହ ଶିକ୍ଷାର ଗୁଣବତା, ଗବେଷଣା ଓ ନବସୃଜନକୁ ଆହୁରି ସୁଦୃଢ ÿକରିବ ବୋଲି ଆଶା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *