ସାଲେପୁର ସାହିତ୍ୟ ମହୋତ୍ସବ ଉଦଯାପିତ

ସାଲେପୁର,୨୧/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)- ମଧୁମାଟି ସାଲେପୁର ଠାରେ ପଞ୍ଚମ ସାଲେପୁର ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ “ଦ୍ଵିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ସ୍ମାରକୀ” ରାଜ୍ୟ ସ୍ତରୀୟ ସମ୍ମାନ, ରାଜ୍ୟ ସଂକୀର୍ତ୍ତନ ମହାସଂଘ, ଓଡ଼ିଶା ଙ୍କୁ ପ୍ରଦାନ କରାଯାଇଥିଲା। ପ୍ରସ୍ତାବିତ ସାଲେପୁର “ବରପୂତ୍ର ଭବନ” ପରିସରରେ ବରପୂତ୍ର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନା ପାଇଁ  ଆଞ୍ଚଳିକ ବରପୂତ୍ର ମାନଙ୍କ “ଜନ୍ମ ଭୂମିରୁ ମାଟି ସଂଗ୍ରହ କରାଯାଇ, “ରାଷ୍ଟ୍ରୀୟ ନାମ କୀର୍ତ୍ତନ- ସଂକୀର୍ତ୍ତନ ମହାସଂଘ” ଦ୍ଵାରା ଉଦଣ୍ଡ କୀର୍ତ୍ତନ ସହିତ ସାଲେପୁର ସହର ପରିକ୍ରମା କରି ବରପୁତ୍ର ମାନଙ୍କ ଜନ୍ମଭୂମିରୁ ସଂଗୃହିତ ମାଟିକୁ  ସାଲେପୁର ସାହିତ୍ୟ ମହୋତ୍ସବ-୨୬ ମଣ୍ଡପରେ ସ୍ଥାପିତ କରାଯାଇ ଥିଲା ।

ଦ୍ଵିତୀୟ ଚୈତନ୍ୟ କୀର୍ତ୍ତନ ଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ଙ୍କ ଜନ୍ମସ୍ଥାନ କଟରପଡା ରୁ ପବିତ୍ର ମାଟି ସଂଗ୍ରହ କରାଯାଇ “ରାଷ୍ଟ୍ରୀୟ ନାମ କୀର୍ତ୍ତନ- ସଂକୀର୍ତ୍ତନ ମହାସଂଘ” ଦ୍ଵାରା ନାମ କୀର୍ତ୍ତନ କରାଯାଇ ସାଲେପୁର ସାହିତ୍ୟ ମହୋତ୍ସବ-୨୬ ମଣ୍ଡପରେ ଏହାକୁ ସ୍ଥାପିତ କରାଯିବାର ଦୃଶ୍ୟ ଅତ୍ୟନ୍ତ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ “ସଂକୀର୍ତ୍ତନ ମହାସଂଘ, ଓଡ଼ିଶା” କୁ “ଦ୍ବିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ସ୍ମାରକୀ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ସଂକୀର୍ତ୍ତନ ମହାସଂଘ ର ସମ୍ପାଦକ ସୁଦର୍ଶନ ଚମ୍ପତ୍ତିଙ୍କ ସହିତ ସଂକୀର୍ତ୍ତନ ମହାସଂଘ ର ଉପସ୍ଥିତ କର୍ମକର୍ତ୍ତା ମାନେ ମିଳିତ ଭାବରେ ସଭାମଞ୍ଚରୁ  ରାଜ୍ୟ ସ୍ତରୀୟ ସମ୍ମାନ ଗ୍ରହଣ କରି ଥିଲେ।

 ବିଶିଷ୍ଟ ଆଧ୍ୟାତ୍ମିକ କବି, ଶ୍ରୀଜଗନ୍ନାଥ ଚେତନା ଗବେଷକ, ତଥା ଦ୍ବିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ ର ପ୍ରତିଷ୍ଠାତା- ସଂପାଦକ , ଶ୍ରୀଜଗନ୍ନାଥ ଚେତନା ଗବେଷକ, ଓ ଶ୍ରୀଜଗନ୍ନାଥ ଚେତନା ମହା ସତସଙ୍ଗ ର “ରାଷ୍ଟ୍ରୀୟ ଅଧ୍ୟକ୍ଷ”  ଇଂ ପ୍ରଫେସର ଡଃ ପ୍ରସନ୍ନ କୁମର ସ୍ଵାଇଁଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ମହାପୁରୁଷ ଅଚ୍ୟୁତାନନ୍ଦ ଚେତନା ସ୍ମାରକୀ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସାଲେପୁର ସାହିତ୍ୟ ମହୋତ୍ସବ-୨୬ ଆବାହକ ସାମ୍ବାଦିକ ଅକ୍ଷୟ କୁମାର ଦାଶଙ୍କ ସଂଯୋଜନା ଓ ଡକ୍ଟର ତରୁଲତା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ୱତ ସଭାରେ  ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଏବଂ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗ ଦାନ କରିଥିଲେ । ୫୦ ଜଣରୁ ଉର୍ଦ୍ଧ କବି ଏବଂ କବୟତ୍ରୀ ମାନେ  ସ୍ଵରଚିତ କବିତା ଗୁଡ଼ିକୁ ଏହି କବି ସମ୍ମିଳନୀରେ ପାଠ କରି ଥିଲେ।

   ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବହୁ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, ନୃତ୍ୟଶିଳ୍ପୀ, ସଂଗୀତକାର, କବି, ଗାଳ୍ପିକ, ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟର କୋଣ ଅନୁକୋଣରୁ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଆଧ୍ୟାତ୍ମିକ ପ୍ରଚାରକ ଏବଂ ସାମାଜିକ କର୍ମୀଙ୍କୁ ଉତ୍ସବରେ ସାମିଲ କରିପାରିଥିବାରୁ ଆୟୋଜକ ମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ  ।

Leave a Reply

Your email address will not be published. Required fields are marked *