ନେମାଳ,୧୪/୦୧/୨୦୨୫(ଓଡିଶା ସମାଚାର/ ଅଭୟ ଜେନା )-ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ର ନେମାଳ ସ୍ଥିତ ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମହାପୁରୁଷ ଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିବାକୁ ପୀଠରେ ସକାଳୁ ସନ୍ଧ୍ୟା ଯାଏ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏହି ପବିତ୍ର ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପୀଠର ଉନ୍ନତି କରଣ କାର୍ୟ୍ୟର ଶୁଭ ଶିଳାନ୍ୟାସ କରିଥିଲେ ଆଇନିମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପ୍ରଥମ ପର୍ୟ୍ୟାୟରେ ୨୫ କୋଟି ଟଙ୍କାର ବ୍ୟୟବରାଦ ରେ ପୀଠର ଉନ୍ନତିକରଣ କାର୍ୟ୍ୟ ଆରମ୍ଭ ହେବ । ଆଗକୁ ଯେତେ ତଙ୍କା ଦରକାର ରାଜ୍ୟ ସରକାର ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ । ପୂର୍ବ ସରକାର ସମୟରେ କେବଳ ନିର୍ବାଚନକୁ ଆଖି ଆଗରେ ରଖି ବିନା ପ୍ରୋଜେକ୍ଟ ଆପ୍ରୁଭାଲ ରେ ତରବରିଆ ଭାବେ ଭୋଟ ହାତେଇବାକୁ ଶିଳାନ୍ୟାସ କରାଯାଇଥିଲା । ମାତ୍ର ଏବେ କିନ୍ତୁ ଆମ ସରକାର ଏହି ପ୍ରସିଦ୍ଧ ପୀଠର ଯାହା ଉନ୍ନତି କରଣ କରିବା କଥା ଆଗକୁ କରିବେ ବୋଲି ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ।ଏହି କାର୍ୟ୍ୟକ୍ରମ ରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ବିଜେପି ନେତା ଅରିନ୍ଦମ ରାୟ ପ୍ରମୁଖ ଯୋଗ ଦେଇଥିଲେ ।
ଅଚ୍ୟୁତାନନ୍ଦ ଙ୍କ ପୀଠର ଉନ୍ନତି କରଣ ଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
