କେନ୍ଦ୍ରାପଡ଼ା, ୨୧/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବରିଷ୍ଠ ନାଗରିକ ମଂଚ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସେଭେନ୍ସ ୟୁନିଅନ ମଣ୍ଡପରେ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ମାଧବ ଚନ୍ଦ୍ର ପତ୍ରୀଙ୍କ ଦ୍ୱାରା ଦେବକାର୍ଯ୍ୟ ଓ ବେଦପାଠ କରାଯାଇଥିଲା ।
ସାଧାରଣ ସମ୍ପାଦକ ନରୋତମ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ଉପସଭାପତି ପ୍ରହଲ୍ଲାଦ ମଲ୍ଲ ପ୍ରାରମ୍ଭିକ ସୂଚନା ସହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମକେଶରୀ ବେହେରା, ବିଶିଷ୍ଟ ଅତିଥି ଭାବେ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡା.ନିରଞ୍ଜନ ପରିଡା, ଡା. ଶରତ ଚନ୍ଦ୍ର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ସମ୍ମାନିତ ଅତିଥି ଭାବେ ମହମ୍ମଦ ଆକବର ଅଲ୍ଲୀ, ଶରତ କୁମାର ବେହୁରା, ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଜିଲାର ଏହି ସ୍ୱାଭିମାନ ଓ ସମ୍ମାନଜନକ ସଂଗଠନର ବିଭିନ୍ନ କାର୍ଯ୍ୟଧାରାକୁ ପ୍ରଶଂସା କରି ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା,ସାମ୍ବିଧାନିକ ନ୍ୟାୟୋଚିତ ସାମାଜିକ ସୁରକ୍ଷା ଦେବା, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟସେବା, ଅତିରିକ୍ତ ସ୍ୱାସ୍ଥ୍ୟଭତା, କାର୍ଯ୍ୟାଳୟ ସହ ପାଠାଗାର ଓ ଚିତ ବିନୋଦନ ଗୃହ ଯୋଗାଇଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।
ବରିଷ୍ଠ କାର୍ଯ୍ୟକର୍ତା ନିତ୍ୟାନନ୍ଦ ସୁଆର, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ସଂଯୋଜକ ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକର୍ତା କିଶୋର ଚନ୍ଦ୍ର ପରିଡା, ବୈଷ୍ଣବ ଚରଣ ପ୍ରଧାନ, ଗଗନବିହାରୀ ସ୍ୱାଇଁ, ବସନ୍ତ କୁମାର ଓଝା, ସୁଧାଂଶୁଶେଖର ରାୟ, ହରିହର ସାମଲ, ଧିରେନ କୁମାର ରଥ, ଧନୁର୍ଜୟ ସ୍ୱାଇଁ, ଗୁରୁଚରଣ ବାରିକ, ରାଜେନ୍ଦ୍ର କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ବିଶ୍ୱନାଥ ବେହେରା, ପବିତ୍ର ମୋହନ ପଟ୍ଟନାୟକ, ପ୍ରଦୀପ କୁମାର ସିଂହ, ନରୋତମ ପରିଡା, କୃଷ୍ଣଚନ୍ଦ୍ର ସାହୁ, ଗଜେନ୍ଦ୍ର ରାଉତରାୟ, ବିଚିତ୍ର କୁମାର ପଣ୍ଡା, ସୁବାସ ଚନ୍ଦ୍ର ସାହୁ, ବସନ୍ତ କୁମାର ଦାଶ, ପ୍ରସନ୍ନ କୁମାର ବେହେରା, ଦୟାନିଧି ରାଉତ, ପ୍ରଭାକର ମାଟି, ରବିନ୍ଦ୍ର ମହାପାତ୍ର, ପ୍ରମୋଦ କୁମାର ରାଉତରାୟ, ସୂର୍ଯ୍ୟମଣି ନନ୍ଦୀ, ଗୋଲେଖ ଚନ୍ଦ୍ର ପରିଡା, ନାରାୟଣ ବେହେରା, ପ୍ରଫୁଲ୍ଲ କୁମାର ନାୟକ, ପ୍ରବୋଧ କୁମାର ରାୟ, ନଟବର ପ୍ରଧାନ, ନକୁଳ ଚରଣ ପାଗଳ, ସାମନ୍ତ ଶେଖର କବି, ହୃଷିକେଶ ନାୟକ, ନିରଞ୍ଜନ ପରିଡା,ଖଗେଶ୍ୱର ରାଉତ, ଘନଶ୍ୟାମ ପଣ୍ଡା, ପ୍ରମୋଦ କୁମାର ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବସନ୍ତ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।
