ଯାଜପୁର,୦୮/୦୩/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୦୮.୦୩.୨୦୨୫ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟି୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୩୧୫୫ ଗୋଟି ମକଦ୍ଧମା ଫଇସଲା ହୋଇଛି ।
ସେଥି ମଧ୍ୟରୁ ୬୦୯ ଗୋଟି ଫୌଜଦାରୀ, ୨୬ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୬୭ ଗୋଟି ଦେୱାନୀ, ୨୦ ଗୋଟି ପାରିବାରିକ କଳହ ମକଦ୍ଧମା, ୨ ଗୋଟି ଖାଉଟି ବିବାଦ, ଏବଂ ରାଜସ୍ୱ ବିଭାଗର ୨୪୨୯ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ଟ.୪,୭୩,୦୭,୧୩୭/- ଙ୍କା ଆଦାୟ କରାଯାଇଛି ।
ଏତଦ୍ ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୬୩ ଗୋଟି, ବିଦ୍ୟୁତ ବିଭାଗର ୧୫୮ ଗୋଟି ଏବଂ ୧୦ ଗୋଟି ଟେଲିଫୋନ ସମ୍ବନ୍ଧୀୟ ପା୍ରକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ଟ. ୩୮,୮୧,୩୯୧/-ଙ୍କା ମଧ୍ୟ ଆଦାୟ କରାଯାଇଛି ।
ଏହି ରାଷ୍ଟ୍ରିୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ ।
ଏହି ରାଷ୍ଟ୍ରିୀୟ ଅଦାଲତରେ ଯାଜପୁର ଜିଲାର ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲା ଜଜ୍ ଶ୍ରୀଯୁକ୍ତ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ବରିଷ୍ଟ ଦୈୱାନୀ ବିଚାରପତି (ଏଲ. ଆର ଏବଂ ଏଲ.୍ ଟି.ଭି) ଶୀ୍ରମତୀ ଲୋପାମୁଦ୍ରା ବେହେରା, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି ଶୀ୍ରମତୀ ମନସ୍ୱିନୀ ରଥ, ରେଜିଷ୍ଠାର ଶ୍ରୀ ମାନସ ରଂଜନ ସାମନ୍ତରାୟ, ଏସ୍. ଡ଼ି.ଜେ.ଏମ. ଶ୍ରୀମତୀ ଇଫସିତା ନନ୍ଦ, ଦେୱାନୀ ବିଚାରପତି, ଶ୍ରୀମତୀ ସୁନିତା ବିଶ୍ୱାଳ ଏବଂ ଜେ. ଏମ.ଏଫ୍.ସି. ଅନୁଶ୍ରୀ ଜେନା ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଧମା ଗୁଡ଼ିକ ଫଇସଲା କରିଥିଲେ । 
